ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କ ଇ-ସର୍ଭିସ୍ ବୁକ୍ ତଥ୍ୟ ପୋର୍ଟାଲରେ ଅପଡେଟ୍ ତାରିଖ ବୃଦ୍ଧି ଘୋଷଣା

ଭୁବନେଶ୍ୱର: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ନିଜ ସମ୍ପର୍କରେ ସଂକ୍ଷିପ୍ତ ତଥ୍ୟ (ପ୍ରୋଫାଇଲ ଡାଟା) ଓ ଇ-ସର୍ଭିସ୍ ବୁକ୍ ତଥ୍ୟ ଏଚଆରଏମଏସ ପୋର୍ଟାଲରେ ଅପଡେଟ୍ ତାରିଖ ଆସନ୍ତା ଅଗଷ୍ଟ ମାସ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କର୍ମଚାରୀମାନେ ସେମାନଙ୍କର ତଥ୍ୟ ପୋର୍ଟାଲରେ ଆବେଦନ କରି ନିଜ ନିଜ ସଂସ୍ଥାର ପ୍ରତିଷ୍ଠାନ ଅଧିକାରୀ / ଅର୍ଥ ଉଠାଣ ଓ ବିତରଣୀ ଅଧିକାରୀଙ୍କ ଜରିଆରେ ଏହାକୁ ବୈଧ କରିବାକୁ ସମସ୍ତ ବିଭାଗକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।

Spread the love