ଦମନ’ ଫିଲ୍ମକୁ ଆଉ ଏକ ସଫଳତା, ସଂପୂର୍ଣ୍ଣ କର ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଓଡିଆ ଫିଲ୍ମକୁ ନୂତନ ଦିଗ ଦେଖାଇଲା ଫିଲ୍ମ ଦମନ। ଓଲିଉଡ ପ୍ରତି ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି ବାବୁସାନ ମହାନ୍ତିଙ୍କ ଅଭିନୀତି ଫିଲ୍ମ ଦମନ। ଏବେ ‘ଦମନ’ ଚଳଚ୍ଚିତ୍ର  ପ୍ରଦର୍ଶନ କୁ କରମୁକ୍ତ ଘୋଷଣା  କଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା  ସରକାରଙ୍କ  ମ୍ୟାଲେରିଆ  ନିରାକରଣ  କାର୍ଯ୍ୟକ୍ରମ  ଉପରେ  ନିର୍ମିତ  ଚଳଚ୍ଚିତ୍ର  ଦମନ ର  ପ୍ରଦର୍ଶନକୁ  ମୁଖ୍ୟମନ୍ତ୍ରୀ  ନବୀନ  ପଟନାୟକ  ସମ୍ପୂର୍ଣ୍ଣ ଟିକସ  ମୁକ୍ତ  ଘୋଷଣା  କରିଛନ୍ତି। ବାସ୍ତବ  ଜୀବନରେ  ମାଲକାନଗିରିର  ଦୁର୍ଗମ  ଅଞ୍ଚଳରେ  ସ୍ଵାସ୍ଥ୍ୟ ସେବା  ଯୋଗାଇବାରେ  ଜଣେ ଯୁବ  ଡାକ୍ତର  ମାନବିକତାର  ଯେଉଁ  ନୂଆ ଉଦାହରଣ  ସ୍ରୁଷ୍ଟି  କରିଛନ୍ତି  ତାହା  ଏ  ଚଳଚ୍ଚିତ୍ରର  ବିଷୟ ବସ୍ତୁ।   ସ୍ୱାସ୍ଥ୍ୟ  ବିଭାଗ  ସମେତ  ସବୁ  ସରକାରୀ  କର୍ମଚାରୀ  ମାନଙ୍କ  ମଧ୍ୟରେ  ସେବା ମନୋଭାବ କୁ  ଆହୁରି  ମଜବୁତ୍  କରିବା  ଦିଗରେ  ଏହା  ପ୍ରଭାବିତ  କରିବ  ବୋଲି  ମୁଖ୍ୟମନ୍ତ୍ରୀ  ଆଶା  ବ୍ୟକ୍ତ  କରିଛନ୍ତି। କୋଭିଡ୍ ମହାମାରୀ  ସମୟରେ  ଯେଭଳି  ରାଜ୍ଯ  ସରକାରଙ୍କ  ବିଭିନ୍ନ  ବିଭାଗ  ସମନ୍ଵୟ  ରଖି  ସେବା  ଯୋଗାଇଲେ  ସେଭଳି  କାମକଲେ ଆମେ  ଏକ  ସୁସ୍ଥ ଓ  ସଚେତନ  ସାମାଜର ବିକାଶ  କରି ପାରିବା  ବୋଲି  ମୁଖ୍ୟମନ୍ତ୍ରୀ ଦୃଢ଼  ବିଶ୍ବାସ  ପ୍ରକଟ କରିଛନ୍ତି।

ଫିଲ୍ମ ‘ଦମନ’ ବର୍ତ୍ତମାନ କେବଳ ଓଲିଉଡ କିମ୍ବା ଓଡିଶାରେ ସୀମିତ ରହିନାହିଁ। ଦେଶରେ ଏକ ଚର୍ଚ୍ଚିତ ଫିଲ୍ମରେ ପରିଣତ ହୋଇ ସାରିଛି। ସାରା ଓଡିଶାରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କାହିଁ କେତେ କ୍ରେଜ୍ ଦେଖିବାକୁ ମିଳିଛି। ବଲିଉଡର ଅନେକ ଫିଲ୍ମ କ୍ରିଟିକ୍ ଫିଲ୍ମକୁ ନେଇ ରିଭ୍ୟୁ ମଧ୍ୟ କରିଛନ୍ତି। ଫିଲ୍ମକୁ ଫିଲ୍ମରେ ରିଲିଜ୍ କରିବାକୁ ଦାବି ଉଠିଲାଣି। ଆଉ ଖୁବ୍ ଶୀଘ୍ର ଫିଲ୍ମଟି ହିନ୍ଦୀ ଭାଷାରେ ଦେଶର ୫୦୦ଟି ହଲ୍‌ରେ ରିଲିଜ୍ ହେବାକୁ ଯାଉଛି।

Spread the love