ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ: ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ

ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ । ବୈଷୟିକ ଓ ବୃତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ଏସି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶବ ସଂପର୍କରେ ଭୁଲ ତଥ୍ୟ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ । ଗୋଟିଏ ସ୍ଥାନରେ ସ୍ୱମୀ-ସ୍ତ୍ରୀ ଦୁଇ ଜଣ ପାଉଁଶ ପାଲଟିଯାଇଛନ୍ତି । ତେଣୁ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଶ୍ରମ କମିଶନନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Spread the love