ଆସନ୍ତା 18ରୁ ଖୋଲିବ ରାଜ୍ୟ ସରକାରଙ୍କ ତିନି ପ୍ରମୁଖ ଭବନ

ଭୁବନେଶ୍ବର: ଏପ୍ରିଲ ୧୮ ତାରିଖରୁ ଅନ୍‌ଲାଇନ୍‌ ପାସ୍‌ ଜରିଆରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନକୁ ପ୍ରବେଶ କରିପାରିବେ ସାଧାରଣ ଜନତା । ଖାଲି ସେତିକି ନୁହେଁ କେବଳ ସ୍ବୀକୃତିପ୍ରାପ୍ତ ସାମ୍ବାଦିକ (Accredited Journalists ) ହିଁ ଏହି ସମସ୍ତ ସ୍ଥାନ ଭିତରକୁ ପ୍ରବେଶ କରିପାରିବେ । ଦୁଇ ବର୍ଷର ଅନ୍ତରାଳ ପରେ ସାଧରଣ ଜନତା ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ବୁଲିବାର ସୁଯୋଗ ପାଇବେ ।ପ୍ରାୟ ୨ ବର୍ଷ ପରେ ଖୋଲିବ ରାଜ୍ୟ ସଚିବାଳୟ ବା ଲୋକସେବା ଭବନ । ଆଜି ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏ ନେଇ ସବୁ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ସାଧାରଣ ଜନତାଙ୍କ ପାଇଁ ଆସନ୍ତା ୧୮ ତାରିଖରୁ ଖୋଲିବ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ । ସାଧାରଣ ଲୋକ ନିଜର ଅଭିଯୋଗ ଓ ସରକାରୀ କାର୍ଯ୍ୟ ପାଇଁ ପ୍ରବେଶ କରିବେ । ପ୍ରବେଶ ଲାଗି ପାସ୍‌ର ଆବଶ୍ୟକତା ରହିବ । ସେଥିପାଇଁ http://epravesh.odisha.gov.in କିମ୍ବା ePravesh ମୋବାଇଲ ଆପ୍‌ ମାଧ୍ୟମରେ ଲୋକସେବା ଭବନରେ ପ୍ରବେଶ ପାଇଁ ଅନୁମତି ନେଇପାରିବେ ।

ସାଧାରଣ ଲୋକଙ୍କ ସହ ସାମ୍ବାଦିକ ମାନଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିଛି । କେବଳ ସ୍ବୀକ୍ରୁତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏହାସହ ଲୋକସେବା ଭବନର ଅଭ୍ୟର୍ଥନା ମଧ୍ୟ ଖୋଲିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକସେବା ଭବନରେ ସାଧାରଣ ଲୋକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । କୋରୋନା ସଂକ୍ରମଣ ଯୋଗୁଁ ୨ ବର୍ଷ ହେଲା ଏହି ସବୁ ଭବନଗୁଡ଼ିକରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । କୋଭିଡ ଆଳରେ ସାଧାରଣ ଲୋକଙ୍କ ସହ ସାମ୍ବାଦିକମାନଙ୍କ ମଧ୍ୟ ପାଇଁ ବନ୍ଦ ଥିଲା ତିନୋଟି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ।

Spread the love