ଆଉ ୧୪ ଟଙ୍କା ଭ୍ୟାଟ୍ କମାନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ବର ୬।୧୧: ଦୀପାବଳି ପୂର୍ବଦିନ ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସାଧାରଣ ଲୋକଙ୍କୁ ବଡ ଆଶ୍ବସ୍ତି ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ପାଇଁ ଭାରତ ଦେଶ ଅନ୍ୟ ଦେଶ ଉପରେ ନିର୍ଭର କରେ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଲେ । ରାଜ୍ୟ ସରକାରମାନଙ୍କୁ ମଧ୍ୟ ଭ୍ୟାଟ୍ କମାଇବା ପାଇଁ ଅପିଲ କଲେ ।  ପ୍ରଧାନମନ୍ତ୍ରୀଙ୍କୁ ଓଡିଶାବାସୀଙ୍କ ତରଫରୁ ଧନ୍ୟବାଦ ।  ଓଡିଶା ସରକାର ଆଉ ୧୪ ଟଙ୍କା ଭ୍ୟାଟ୍ କମାଇବା ପାଇଁ ରାଜ୍ୟ ବିଜେପି ସଭାପତି ଦାବି କରିଛନ୍ତି ।

Spread the love