ତବରେଜ ପୁଣିଥରେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ
ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ପୁଣି ଥରେ ନିର୍ବାଚିତ ହେଲେ ଇଂ ତବରେଜ ଖାଁ, ତବରେଜ ଏହା ପୂର୍ବରୁ ଭାରତୀୟ ଛାତ୍ର ସଂସଦର ପ୍ରତିନିଧିତ୍ୱ ରୂପେ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ରୂପେ ଯୋଗଦେଇଥିଲେ । ଇଂ ତବରେଜ ଖାଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଅଛନ୍ତି । ଏହି ନିଯୁକ୍ତି ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପନାୟକ, ବିଜୁଜନତା ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମୁନା ଖାଁ, ଚାନ୍ଦବାଲି ବିଧାୟକ ଓ ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟମକେଶ ରାୟ, ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ତଥା ବିଜୁଜନତା ଦଳର କଟକ ଜିଲ୍ଳା ସଭାପତି ଦେବାଶିଶ ସାମନ୍ତରାୟ, ବାଙ୍କୀ ବିଧାୟକ ତଥା ବିଜୁଛାତ୍ରଜନତା ଦଳର ରାଜ୍ୟ ସଭାପତି ଦେବୀରଂଜନ ତ୍ରିପାଠୀ, ବିଧାୟକ ଶୋଭିକ ବିଶ୍ୱାଳ,ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଓଟିଟିସ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ରାଜ୍ୟ କ୍ଷୂଦ୍ରଶିଳ୍ପ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।