ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଅନୁସରଣ: BSKY ଯୋଜନା ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ

ଭୁବନେଶ୍ୱର: ରାଜ୍ୟକୁ ଅନୁସରଣ କଲା କେନ୍ଦ୍ର  । ବିଜୁ ସ୍ୱାସ୍ଥ୍ୟ କାର୍ଡ ଢାଞ୍ଚାରେ କେନ୍ଦ୍ର ବାଣ୍ଟିବ ଡିଜିଟାଲ ହେଲ୍ଥ କାର୍ଡ଼ । ଆୟୁଷ୍ମାନ ଭାରତ ଯୋଜନାରେ ଥିବା ତ୍ରୁଟିକୁ ନୂଆ କାର୍ଡ ମାଧ୍ୟମରେ ସୁଧାରିବା ପାଇଁ କେନ୍ଦ୍ର  ପ୍ରୟାସ କରୁଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ଶାସିତ ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି । ତେବେ ବିଏସକେଓ୍ବାଇ କାର୍ଡ ଭଳି କେନ୍ଦ୍ର ସରକାର ପ୍ରସ୍ତୁତ କରୁଥିବା କାର୍ଡରେ ଏତେ ଚିକିତ୍ସା ସୁବିଧା ନାହିଁ  ।

ନବୀନଙ୍କ ଯୋଜନାକୁ ଅନୁସରଣ କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ଆଉ ଏକ ସଫଳ ଯୋଜନାକୁ ଆପଣାଇଛି କେନ୍ଦ୍ର । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡକୁ ଅନୁସରଣ କରୁଛି କେନ୍ଦ୍ର । ବିଜୁ ହେଲ୍ଥ୍ ସ୍ମାର୍ଟ କାର୍ଡ ଭଳି ହିତାଧିକାରୀଙ୍କ ଆଧାର ଓ ଫୋନ ନମ୍ବର ବି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଡିଜିଟାଲ ହେଲ୍ଥ କାର୍ଡରେ ରହିବ । ଜାତୀୟ ଡିଜିଟାଲ ହେଲ୍ଥ ମିଶନ ଅଧୀନରେ ଲୋକଙ୍କୁ ହେଲ୍ଥ କାର୍ଡ ଦିଆଯିବ । ତେବେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡରେ ଅନେକ ସୁବିଧା ଥିବାରୁ ଏହାକୁ ମଡେଲ ଭାବେ ନେଇଛନ୍ତି କେନ୍ଦ୍ର ସରକାର । ୧୪ଟିକିଆ ନମ୍ବର ବିଶିଷ୍ଟ ଏହି କାର୍ଡ ପାଇବା ପାଇଁ

Spread the love