ଦାଶରଥି ମହାପାତ୍ର ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଚ୍ୟୁତପୁରପାଟଣାସ୍ଥିତ ଦାଶରଥି ମହାପାତ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଦୈନିକ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି।ଉଦ୍‌ଘାଟକ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ କର ଗୋପବନ୍ଧୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ପ୍ରତିମୂର୍ତ୍ତି ପ୍ରଦାନ କରିଥିବା ଲୋକସେବକ ମଣ୍ଡଳ ଓ ‘ସମାଜ’ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇ ଥିଲେ। ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଟଙ୍କଧର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସିଂ, ପୁରାତନ ଛାତ୍ର ସଂସଦ ସଭାପତି ନୀଳାଦ୍ରି କୁମାର ସିଂ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବିଦ୍ୟାଳୟରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶିକ୍ଷକ ବିନୋଦ ବିହାରୀ ସାହୁ, ବସନ୍ତ କୁମାର ଦାଶ, ଦିଲୀପ କୁମାର ପଟ୍ଟନାୟକ, ମୃତ୍ୟୁଞ୍ଜୟ ଜୟସିଂହ ପ୍ରମୁଖ ସହଯୋଗ କରିଥିଲେ।

Spread the love