ଷ୍ଟାଚ୍ୟୁ ଅଫ ୟୁନିଟିଠୁ ୬୯ ମିଟର ଉଚ୍ଚ ହେବ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ କ’ଣ ରହିବ ବିଶେଷତ୍ଵ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ନିର୍ମାଣ କାର୍ଯ୍ୟ ପୂରା ହେବ। ୨୦୨୪ ଜାନୁଆରୀ ସୁଦ୍ଧା ଭଗବାନ ରାମ ନିଜର ଗର୍ଭ ଗୃହରେ ବିରାଜମାନ ହେବେ। ଅନ୍ୟପଟେ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ରାମନଗରୀରେ ବିଶ୍ଵର ସର୍ବୋଚ୍ଚ ୨୫୧ ମିଟର ଉଚ୍ଚର ଭଗବାନ  ରାମଙ୍କ ପ୍ରତୀମା ସ୍ଥାପନ ଲାଗି ପ୍ରସ୍ତୁତି ଆରମ୍ଭ  ହୋଇ ଯାଇଛି। ଗୁଜରାଟରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାଣ କରିଥିବା ପ୍ରଦ୍ମଶ୍ରୀ ମୂର୍ତ୍ତିକାର ଅନିଲ କୁମାର ରାମଙ୍କ ପ୍ରତୀମା ନିର୍ମାଣ କରିବେ। ବର୍ତ୍ତମାନ ଦୁନିଆର ସର୍ବୋଚ୍ଚ ପ୍ରତୀମା ହେଉଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି। ଏହାର ଉଚ୍ଚତା ୧୮୨ ମିଟର। ତେବେ ରାମଙ୍କ ପ୍ରତିମୂର୍ତ୍ତି ଉଚ୍ଚତା ଏଥିରୁ ଆହୁରି ୬୯ ମିଟର ଉଚ୍ଚ ରହିବ। ଅଯୋଧ୍ୟାକୁ ବିଶ୍ଵ ମାନଚ୍ଚିତ୍ରରେ ସ୍ଥାପିତ କରିବାକୁ କେନ୍ଦ୍ର ଏବଂ ଯୋଗୀ ସରକାର ଲକ୍ଷ୍ୟ ରଖିଛନ୍ତି। ଏଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର, ଅନ୍ତର୍ଜାତୀୟ ବସ୍ ଷ୍ଟେସନ ଏବଂ ଅଯୋଧ୍ୟା ଧାମ ରେଲଓ୍ଵେ ଷ୍ଟେସନ ନିର୍ମାଣ ପ୍ରାୟତଃ ପୂରା ହୋଇ ସାରିଛି।

୨୫୧ ମିଟର ଉଚ୍ଚର ରାମଙ୍କ ମୂର୍ତ୍ତି

ମୂର୍ତ୍ତିକାର ଅନିଲ ସୁତାର କହିଛନ୍ତି, ୨୦୧୮ରେ ସରୟୁ ନଦୀ କୂଳରେ ଭଗବାନ ରାମଙ୍କ ଭବ୍ୟ ମୂର୍ତ୍ତି ନିର୍ମାଣର ପ୍ରତିଯୋଗିତାର ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ କଳାକାର ଅଂଶଗ୍ରହଣ କରିଥିଲେ ଏବଂ ନିଜ କଳାର ପ୍ରଦର୍ଶନ କରି ମୂର୍ତ୍ତି ନିର୍ମାଣ କରିଥିଲେ। ପ୍ରତିଯୋଗିତାରେ ମୋ ଦ୍ଵାରା ନିର୍ମିତ ମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୂର୍ତ୍ତି ଭାବେ ଚୟନ କରିଥିଲେ।

ସେ କହିଛନ୍ତି, ଅଯୋଧ୍ୟାରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ ଚାଲିଛି। ମୂର୍ତ୍ତିର ଉଚ୍ଚତା ୨୫୧ ମିଟର ରହିବ। ନିମ୍ନ ଭାଗରେ ୫୧ ମିଟର ଉଚ୍ଚର ମନ୍ଦିର ଆକୃତିର କୋଠା ରହିବ ଏବଂ ଏହା ଉପରେ ରାମଙ୍କ ୨୦୦ ମିଟର ଉଚ୍ଚର ପ୍ରତୀମା ସ୍ଥାପନ କରାଯିବ।

Spread the love