ଲାଠି ବଦଳରେ ପୁଲିସକୁ ମିଳିଲା ଷ୍ଟିଲ ବାଡ଼ି!

ସୂଚନା ଅନୁଯାୟୀ ୨୬ ଜାନୁଆରୀ ହିଂସାରେ ଦିଲ୍ଲୀରେ ପ୍ରାୟ ୪୦୦ ସୁରକ୍ଷା କର୍ମୀ ଆହତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୁଲିସ ବର୍ତ୍ତମାନ ଏହି ପଦକ୍ଷେପ ନେଇଛି। ସେହିପରି କୃଷକଙ୍କ ଟ୍ରାକ୍ଟର ରାଲିରେ ଡ୍ୟୁଟି କରୁଥିବା ସମୟରେ ଆହତ ହୋଇଥିବା ପୁଲିସ କର୍ମଚାରୀଙ୍କୁ ଦିଲ୍ଲୀ ପୁଲିସ ଆର୍ଥିକ ସହାୟତା ପ୍ରଦାନ କରିବ।

ଦିଲ୍ଲୀ ପୁଲିସ କମିଶନର ଏହା ଘୋଷଣା କରିଛନ୍ତି। ଦିଲ୍ଲୀ ପୁଲିସ କଲ୍ୟାଣ ସମାଜ ପାଣ୍ଠିରୁ ଗୁରୁତର ଆହତ ପୁଲିସ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଅନ୍ୟ ଆହତ ପୁଲିସ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଦିଲ୍ଲୀ ହିଂସାକୁ ନେଇ ଏପର୍ଯ୍ୟନ୍ତ ୩୮ଟି ମାମଲା ରୁଜୁ ହୋଇଛି ଏବଂ ୮୪ ଜଣଙ୍କୁ ଗିରଫ କରାଯାଇଛି।

 

Spread the love