STF ପଞ୍ଝାରେ ବଜ୍ରକାପ୍ତା ବେପାରୀ : କାର୍ ଭିତରେ ଚାଲିଥିଲା ଡିଲ୍, ମାଡିବସିଲା ଏସଟିଏଫ୍

ଭୁବନେଶ୍ବର ୮।୧୦: ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବେପାରୀ । ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ମାଡିବସିଲା ଏସଟିଏଫ । ରାସ୍ତା କଡରେ କାର୍ ଭିତରେ ଚାଲିଥିଲା ବଜ୍ରକାପ୍ତା ଡିଲ୍ । ଚଢାଉ ବେଳେ ଦୁଇ ଅଭିଯୁକ୍ତ କୈଳାସ ଖୋସାଲା ଓ ଚୈତନ ଭତ୍ରକୁ ଗିରଫ କରିଛି ଏସଟିଏଫ୍ । ଏମାନେ କେବିକେ ଅଂଚଳର ବୋଲି ଏସସିଏଫ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ବର୍ଷ ମଧ୍ୟରେ ୫ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଧରିବାରେ ସଫଳ ହୋଇଛି ଏସଟିଏଫ୍ ।

Spread the love