STF ପଞ୍ଝାରେ ୨ ବେପାରୀ

ଭୁବନେଶ୍ବର ୧୦।୧୨: ଏସଟିଏଫ୍ ପଞ୍ଝାରେ ହରିଣ ଛାଲ ବେପାରୀ । ଦୁଇ ବେପାରୀଙ୍କୁ କାବୁ କଲା ଏସଟିଏଫ୍ । ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଗିରଫ ୨ ଜଣ ହେଲେ ପୁରୀ ବଳଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ପୁରୀ ଗୋପ ଅଞ୍ଚଳର ସୁନୀଲ କୁମାର ପଲେଇ । ବାଲିପାଟଣା ଫରେଷ୍ଟ ରେଞ୍ଜ ଭିତରୁ ହରିଣ ଶିକାର କରି ତାର ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୭ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ଏହାସହ ୨୧ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫କେଜି ବଜ୍ରକାପ୍ତା କାତି ଜବତ କରିବା ସହ ପାଖାପାଖି ୫୦ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

Spread the love