ଦେଖନ୍ତୁ କିପରି ରାସ୍ତାରେ ଲଢ଼ୁ ଲଢ଼ୁ ଶୋଇବା ଘର ବିଛଣା ଉପରକୁ ଚଢ଼ି ଆସିଲା ଷଣ୍ଢ

ଭାବନ୍ତୁ ତ ଆପଣ ଘରେ କୌଣସି କାମରେ ବ୍ୟସ୍ତ ଥିବେ । ଆଉ ଏହି ସମୟରେ ଗାଈ କିମ୍ବା ଷଣ୍ଢ ଘର ଭିତରକୁ ପଶି ଆସିବ, ସେହି ସମୟରେ କ’ଣ କରିବେ? ଏମିତି ଏକ ଘଟଣା ଉତ୍ତରାଖଣ୍ଡ ତୀର୍ଥ ନଗରୀ ରିଷିକେଶ ବନଖଣ୍ଡିରେ ଘଟିଛି। ଏଠାରେ ଦୁଇଟି ଷଣ୍ଢ ଲଢ଼େଇ ଲାଗୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରେ ଭିତରକୁ ପଶି ଆସିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ, ଏହି ଘଟଣା ବନଖଣ୍ଡି ଅଞ୍ଚଳରେ ଅନୀତା ରେନାଙ୍କ ଘର ପାଖରେ ଘଟିଛି। ଅନୀତାଙ୍କ ଘର ପାଖରେ ଲାଗି ତାଙ୍କ ଦେଢ଼ଶୁରଙ୍କ ଘର ରହିଛି। କୁହାଯାଉଛି ଯେ ଦୁଇ ଦିନ ପୂର୍ବେ ଅନୀତାଙ୍କ ଦେଢ଼ଶୁରଙ୍କ ଘରର ଫାଟକ ଖୋଲା ଥିଲା ଏବଂ ସେ ଘରର ଅଙ୍ଗଣାରେ ଏକ ଚୌକିରେ ବସିଥିଲେ। ଏହି ସମୟରେ ହଠାତ ଦୁଇଟି ଷଣ୍ଢ ରାସ୍ତାରେ ଲଢ଼େଇ ଲାଗି ଘର ଭିତରକୁ ଚାଲି ଆସିଥିଲେ। ଷଣ୍ଢକୁ ଅଟକା ଯାଇ ନପାରିବାରୁ ଶୋଇବା ଘର ଭିତରକୁ ପଶି ଯାଇଥିଲେ ଦୁଇଟି ଲଢ଼ୁଥିବା ଷଣ୍ଢ ଓ ଗାଈ।
ଅନୀତାଙ୍କ ଦେଢ଼ଶୁର ଭୟରେ ପଡ଼ିଶା ଘରକୁ ଦୌଡ଼ି ଯାଇଥିଲେ। ପଡିଶା ଘର ଲୋକ ଓ ଆଖପାଖରେ ଥିବା କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ଦୁଇଟି ଷଣ୍ଢ ଓ ଗାଈକୁ ଘଉଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗୋଟିଏ ଷଣ୍ଢ ତ ଲଢ଼ୁ ଲଢ଼ୁ ବିଛଣା ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି।
ବହୁ ଚେଷ୍ଟା ପରେ ପଡ଼ୋଶୀଙ୍କ ସହାୟତାରେ ଷଣ୍ଢ ଆଉ ଗାଈକୁ ଘରୁ ବାହାର କରାଯାଇଥିଲା। ଏହି ସମୟରେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘରେ ରଖାଯାଇଥିବା ଅନେକ ସାମଗ୍ରୀ ମଧ୍ୟ ଭାଙ୍ଗି ଯାଇଛି।

Spread the love