ଭିନ୍ନକ୍ଷମ ଦିବସରେ ଭିନ୍ନକ୍ଷମ ମାନଙ୍କ ଧାରଣା, ଜିଲ୍ଲାପାଳଙ୍କ ନିକଟରେ ରଖିଲେ ୩୬ ଦଫା ଦାବି

ଭଦ୍ରକ, ୦୩/୧୨: ଭିନ୍ନକ୍ଷମ ଦିବସରେ ଭିନ୍ନକ୍ଷମ ମାନଙ୍କର ଅଭିନବ ଉପାୟରେ ଧାରଣା । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଦିବସକୁ ନେଇ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଏକ ସଭା ଆୟୋଜିତ ହୋଇଥିଲା । ପରେ ୩୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କେତେକ ଭିନକ୍ଷମ । ୨୦୧୮ ମସିହାରୁ ଏହି ୩୬ ଦଫା ଦାବି କରି ଆସୁଛନ୍ତି ଭିନକ୍ଷମ ସଦସ୍ୟ । ଆଜି ପର୍ଯ୍ୟନ୍ତ କିଛି ଦାବି ପୂରଣ ହୋଇଥିବା ବେଳେ ଅନେକ ଦାବି ପୂରଣ ହୋଇ ପାରିନାହିଁ । ତେଣୁ ଆଜି ଭିନ୍ନକ୍ଷମ ଦିବସରେ ଏହିସବୁ ଦାବି ପୂରଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love