ପୁଅ ପାଇଁ ହଟହଟା ହେଲେ ସରପଞ୍ଚ ବାପା, ଧାରଣାରେ ବସାଇଲେ ଗାଁ ମହିଳା

ଫୁଲବାଣୀ ୦୪।୦୯ : ଗଣେଷ ଭସାଣୀ ବେଳେ ଗଣ୍ଡଗୋଳ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛନ୍ତି । ଯାହାଫଳରେ ଉଭୟ ପକ୍ଷରୁ ସାତ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଗଣ୍ଡଗୋଳରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା । ସେହିପରି ଗଣ୍ଡଗୋଳରେ ସାମିଲ ଥିବା ସରପଞ୍ଚଙ୍କ ପୁଅ ସଂଜୀତ ମଲ୍ଲିକଙ୍କ ସହ ଅନ୍ୟ ଅଭିଯୁଙ୍କୁ ଗିରଫ ଦାବିରେ ଫୁଲବାଣି ଗୋଛାପଡା ରାସ୍ତାର ଦଡକୀ ଛକରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ଏପିରିକି ଶତାଧିକ ମହିଳା ସରପଞ୍ଚ ଘରୁ ଟାଣି ଟାଣି ଦଡ଼କୀ ଛକ ପର୍ଯ୍ୟନ୍ତ ଆଣିଥିଲେ । ପୁଅକୁ ଗିରଫ ଦାବିରେ ସରପଞ୍ଚଙ୍କୁ ରାସ୍ତାରେ ବସାଇଲେ ଗାଁଲୋକେ । ବିବାଦ ସଂପର୍କରେ ସୂଚନା ପାଇ ଫୁଲବାଣୀ ସଦର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ରାମାଡି ଗାଁର ଯୁବକମାନେ ଗଣେଶ ଭଷାଣିରେ ଯାଉଥିଲେ ।  ଏହି ସମୟରେ ଦଡକି ଗାଁର  ସରପଞ୍ଚଙ୍କ  ପୁଅ ପପୁ ଓ ତାଙ୍କର କିଛି ବନ୍ଧୁ ମାରଣାସ୍ତ୍ର ଦେଖାଇ ରାମାଡିର ଯୁବକଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଆଘାତ କରିଥିଲେ। ଯାହା ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପରେ ପରେଏକ ଟ୍ରାକ୍ଟରକୁ ଭଙ୍ଗାରୁଜା କରିବା  ସହ ସାଉଣ୍ଡ ବକ୍ସକୁ ଭାଙ୍ଗି ଦେଇଥିଲେ l ତେବେ ଅଭିଯୁ୍କ୍ତଙ୍କୁ ତୁରନ୍ତ ଗିରଫ ନକରିଲେ ଆଗାମୀ ଦିନରେରେ ପୁନର୍ବାର  ଆନ୍ଦୋଳନ ହେବ  ବୋଲି ରାମାଡି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Spread the love