୩୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

କଳାହାଣ୍ଡି, ୧୩/୧୧: ମାଥିଲି ବ୍ଳକ ସର୍ଗୀଗୁଡା ଗ୍ରାମର ଧନ କମାର ମୃତ୍ୟୁ ଘଟଣାରେ ଗାଁରେ ଉତ୍ତେଜନା ଲାଗିରହିଛି । ସମାଧାନ ପାଇଁ ମାଲକାନଗିରି ପୋଲିସର ଏକ ଦଳ ଗାଁରେ ପହଁଚି ପରିବାର ତଥା ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି । ମୃତ ଧନ କମାର ପେଶାରେ ଜଣେ ମଜୁରିଆ ହୋଇଥିବା ବେଳେ ସେ ମାଓବାଦୀ ନୁହନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ବୈପାରିଗୁଡା ଠାରେ ପୋଲିସ ତାଙ୍କୁ ଗୁଳି କରିବା ସହ ତାଙ୍କୁ ମାଓବାଦୀ ଆଖ୍ୟା ଦିଆଯାଇଥିବା ଅଭିଯୋଗ ହୋଇଛି ।

ପରିବାରବର୍ଗ ଧନଙ୍କ ମୃତଦେହକୁ ପାଇବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ମୃତଦେହକୁ ଦିଆଯାଇନଥିବା ଜଣାଯାଇଛି । ଅପରପକ୍ଷରେ ପରିବାରକୁ କ୍ଷତିପୂରଣ ସହ ସରକାରୀ ସହାୟତା ପ୍ରଦାନ ଦାବିରେ କତାମେଟା ଠାରେ ୩୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସର୍ଗୀଗୁଡା ସମେତ ଆଖପାଖ ଗ୍ରାମବାସୀ । ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ଯାନବାହାନ ଅଟକ ରହିଛି ।

Spread the love