ସଫେଇ କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର ୧୫।୦୭ : ୨ୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ବିଭିନ୍ନ ଦାବି ନେଇ କେନ୍ଦୁଝର ଗଡ଼ ପୌରପାଳିକାର ସଫେଇ କର୍ମଚାରୀମାନେ ଅଫିସ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ।

ବିକ୍ଷୋଭକାରୀଙ୍କ ଅଭିଯୋଗ ଅନୁଯାୟୀ,  ପୌରପାଳିକାରେ ଆଗରୁ ୧୮୦ ସଫେଇ କର୍ମଚାରୀ କାମ କରୁଥିବା ବେଳେ ସେଥିରୁ ୪୦ ଜଣଙ୍କୁ ଏବେ ଛଟେଇ କରି ଅନ୍ୟମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଇଛି । ଯାହାଫଳରେ  ୪୦ ଜଣ ସଫେଇ କର୍ମଚାରୀ ନିଜର କାର୍ଯ୍ୟ ସହ ରୋଜଗାର ମଧ୍ୟ ହରାଇବେ । ପରିବାର ପ୍ରତିପୋଷଣ କରିବା ନେଇ ସମସ୍ୟା ଦେଖାଦେବ। ତେଣୁ ବହିଷ୍କୃତ ୪୦ ଜଣ ସଫେଇ କର୍ମଚାରୀଙ୍କୁ କାମ କରିବାକୁ ସୁଯୋଗ ଦେବା ନେଇ ଦାବି କରି ପୌରପାଳିକା ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।  ଏହା ସହିତ ଅନ୍ୟ ୧୦ ଦଫା ଦାବି ସମ୍ବଳିତ ଦାବି ପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ସଫେଇ କାମ ପାଇଁ ଟେଣ୍ଡର ନେଇଥିବା ସଂସ୍ଥା କର୍ତ୍ତୃପକ୍ଷ ୧୩୭ ଜଣଙ୍କ ପାଇଁ ଟେଣ୍ଡର ହୋଇଥିବା ବେଳେ ୧୮୦ ଜଣଙ୍କୁ କିପରି କାମ ଦେବୁ ବୋଲି ପ୍ରଶ୍ନ କରିଛନ୍ତି । ଆନ୍ଦୋଳନରତ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବ ବୋଲି ସଂସ୍ଥା କହିଛନ୍ତି । କିନ୍ତୁ ଏନେଇ ପୌରପାଳିକା ଉପାଧ୍ୟକ୍ଷଙ୍କ ନିକଟପରେ କେହି ଅଭିଯୋଗ କରିନାହାଁନ୍ତି । ଅଭିଯୋଗ ହେଲେ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ପୌରପାଳିକା ଉପାଧ୍ୟକ୍ଷ କହିଛନ୍ତି।

Spread the love