ଫିନାଇଲ ମିଶା ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ

ବାଲେଶ୍ୱର : ରୁପସାରେ ଥିବା ଏକ ଘରୋଇ କଲେଜ ମେସରେ  ଫିନାଇଲ ମିଶା ଖାଦ୍ୟ ଖାଇ ୧୦ରୁ ଅଧିକ ଛାତ୍ର ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଗୁରୁତର ଛାତ୍ରଙ୍କୁ ବାଲେଶ୍ୱର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରୋଷେଇ ବେଳେ ତରକାରୀରେ ଫିନାଇଲ ମିଶି ଯିବାରୁ ଏହି ଅଘଟଣ ଘଟିଛି। ତରକାରୀରେ ଭୁଲରେ ଫିନାଇଲ ମିଶାଇ ଦେଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Spread the love