ଟ୍ୟୁସନ ସାରଙ୍କ ମାଡ଼ରେ ଆହତ ହେଲେ ଛାତ୍ର

ବଲାଙ୍ଗିର: ଟୁଇସନ ସାରଙ୍କ ମାଡ଼ରେ ଆହତ ହେଲେ ଛାତ୍ର। ଛାତ୍ର ଜଣକ ହେଲେ ବଲାଙ୍ଗୀର ସହର ସାଲେପାଲିର ଅମ୍ରିତ ଗୁପ୍ତା । ଆଜି ସହରର ତିକ୍ରାପଡା ଠାରେ ଥିବା ଏସ୍କଲେନ୍ସି କୋଚିଂ ସେଣ୍ଟରର ତରୁଣ ଅଗ୍ରୱାଲ ନାମକ ଶିକ୍ଷକ କୌଣସି କାରଣରୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏ ନେଇ ନା ପରିବାର ଲୋକ ନା କାହାକୁ ଜଣାଇଥିଲେ ଟୁଇସନ ସାର ପିଲାକୁ ମାଡ଼ କରିବାକୁ ଧମକ ଦେଇଥିଲେ।

ପରେ ଛାତ୍ର ଜଣକ ଘରକୁ ଆସି ଜଣାଇବା ପରେ ତାଙ୍କ ବାପା କୋଚିଂ ସେଣ୍ଟର କୁ ଯାଇଥିଲେ। ହେଲେ ତାଙ୍କ ସହ କଥା ହେବା ଦୂରର କଥା ଓଲଟା ଗାଳିଗୁଲଜ କରିଥିଲେ ଶିକ୍ଷକ ଜଣକ। ଏନେଇ ଛାତ୍ରଙ୍କ ବାପା ଓ ପରିବାର ଲୋକ ଟାଉନ ଥାନାର ଦ୍ଵାରସ୍ଥ ହୋଇ ଉକ୍ତ ଶିକ୍ଷକଙ୍କ ନାଁରେ ଏତଲା ଦେଇଛନ୍ତି। ଛାତ୍ରଙ୍କ ପିଠି ଓ ମୁହଁରେ ଆଘାତ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଛାତ୍ର ଙ୍କୁ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଛି।

Spread the love