ଛାତ୍ର କଂଗ୍ରେସ- ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର,୪।୭(ବ୍ୟୁରୋ): ବିଧାନସଭା ଅଧିବେଶନ ଚାଲିଥିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ସୋମବାର ଧସ୍ତାଧସ୍ତି ହୋଇଛି। ବିଜେପି କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଛାତ୍ର କଂଗ୍ରେସ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଯିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
ସୂଚନାଯୋଗ୍ୟ ଯେ, ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଶନିବାର ଆତ୍ମହତ୍ୟା କରିଥିଲେ। ର଼୍ୟାଗିଂ ପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।

Spread the love