ପୋଖରୀରେ ପଡି ଛାତ୍ର ମୃତ୍ୟୁ

ରାଣୀତାଲ : ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଅସୁରା ଗ୍ରାମର ସମାଜସେବୀ ଶଶୀକାନ୍ତ ସାହୁ ପୁଅ ସାଇ ଶୁଭଙ୍କର ଆଜି ସକାଳୁ ସ୍କୁଲରୁ ଫେରି ବିଲରେ କାମ କରୁଥିବା ମୂଳିଆଙ୍କ ପାଇଁ ପାଣି ନେଇ ଯାଇଥିଲ । ତା ସହ ତାର ଦୁଇ ସାଙ୍ଗ ମନୋଜ ସାହୁ ଓ ଶୁଭଙ୍କର ସାହୁ ବି ଯାଇଥିଲେ । ବିଲରେ ଖୋଳାଯାଇଥିବା ଏକ ପୋଖରୀ ହୁଡ଼ାରେ ଯାଉଥିବା ବେଳେ ହଠାତ ଗୋଡ଼ ଖସି ଯିବାରୁ ସାଇ ଶୁଭଙ୍କର ପାଣି ଭିତରେ ପଡି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ତାର ଦୁଇ ସାଙ୍ଗ ବି ପାଣିରେ ପଡି ଯାଇଥିଲେ। ପାଖରେ କାମ କରୁଥିବା ସେହି ଗ୍ରାମର ଦୀନବନ୍ଧୁ ବିନ୍ଧାଣି ଦୌଡି ଆସି ଦୁଇ ଜଣକୁ ଉଦ୍ଧାର କରିଥିଲେ ବି ସାଇଶୁଭଙ୍କରକୁ ଉଦ୍ଧାର କରି ପାରି ନଥିଲେ।

ଖବର ପାଇ ଗାଁ ଲୋକ ଯାଇ ଖୋଜାଖୋଜି ପରେ ବି ତାର ପତ୍ତା ମିଳି ନ ଥିଲା। ଦମକଳ ବାହିନୀ ଆସି ବହୁ ଖୋଜାଖୋଜି ପରେ ତାକୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ  ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଖବର ପ୍ରଚାର ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

Spread the love