କେଡେ ଦାୟିତ୍ବହୀନତା ? ସ୍କୁଲରେ ସୂଚନା ଫଳକ ପଡ଼ି ଛାତ୍ର ମୃତ

ସ୍କୁଲରେ ସୂଚନା ଫଳକ ପଡ଼ି ଛାତ୍ର ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁରେ ଅଘଟଣ ଘଟିଛି। ମୃତକଙ୍କ ନାଁ ଅସିତ ନାୟକ । ପ୍ରଥମ ଶ୍ରେଣୀରେ ପଢୁଥିଲେ ।

ଖେଳ ଛୁଟି ସମୟରେ ବୁଢୀମା ପାଖକୁ ଯାଇଥିଲେ । ଏହି ସମୟରେ ରାସ୍ତାକାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସିପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
Spread the love