ଛାତ୍ର ସଂସଦ ନିର୍ବାଚନ ବାତିଲ : କୁଜି ନେତା ହତାଶ

ଭୁବନେଶ୍ବର :  ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯିବା ଦ୍ବାରା ଅବିଭାବକ ଓ ପାଠପଢୁଆ ଛାତ୍ରଛାତ୍ରୀମାନେ ଖୁସି ଥିବା ବେଳେ କିଛି କୁଜି ନେତା କିଛି କିଛି ମହାବିଦ୍ୟାଳୟ ସ୍ତରରେ ଆନ୍ଦୋଳନ କରୁଛନ୍ତି । ଏହା ସେମାନଙ୍କ ହତାଶ ଭାବର ପରିପ୍ରକାଶ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରୁଛନ୍ତି ।
ଛାତ୍ରସଂସଦ ନିର୍ବାଚନ ଦ୍ବାରା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ଅଜଥା ଖର୍ଚ୍ଚ ବନ୍ଦ ହୋଇଛି । ମହାବିଦ୍ୟାଳୟରେ ଏହାଦ୍ବାରା ଶୈଖୀକ ବାତାବରଣ ସୃଷ୍ଟି ହେବ । ସାଧାରଣତଃ ସେପ୍ଟେମ୍ବର ମାସରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଡିସେମ୍ବର ମାସରୁ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ଫିଲପ ପ୍ରକ୍ରିୟା ଆରମ୍ଭ ହୁଏ ।

ଆଉ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତିକୁ ଓହ୍ଲାଇ ପଡନ୍ତି ।
ତେଣୁ ପ୍ରିକ୍ଟିକାଲି ଦେଖିବାକୁ ଗଲେ ମାତ୍ର ସାଢେ ତିନି ମାସରୁ ଚାରି ମାସ ପାଇଁ ଜଣେ ଜଣେ ଛାତ୍ର ନେତା ଛାତ୍ର ସଂସଦରେ ରହିଥାନ୍ତି । ତେଣୁ ଏଇ ସାଢେ ତିନି ମାସରୁ ଚାରି ମାସର ଛାତ୍ର ସଂସଦ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଜଥା ଖର୍ଚ୍ଚ କରାଯିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ଶିକ୍ଷାବିତମାନେ ଅନୁଭବ କରୁଛନ୍ତି । ଏହାଦ୍ବାରା କେବଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଖର୍ଚ୍ଚ କାଟ ହେଉନି, କୁଜି ନେତାମାନଙ୍କୁ ମଧ୍ୟ କଲେଜ ସ୍ତରରେ ରାଜନୀତି କରିବାର ବାଟ ବନ୍ଦ କରିଦେଇଛି । କଲେଜ ନିର୍ବାଚନ ନାଁରେ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ନିର୍ବାଚନ ପର୍ଯ୍ୟନ୍ତ କିଛି କୁଜି ନେତା ବେଶ କିଛି ରୋଜଗାର କରିଦିଅନ୍ତି । ଛାତ୍ରଛାତ୍ରୀମାନେ ବି ନିର୍ବାଚନ ପାଇଁ ନିଜ ଅଭିଭାବକଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ଅଜଥା ବ୍ୟୟ କରିଥାନ୍ତି ।

Spread the love