ହିନ୍ଦୀ, କ୍ରୀଡା ଓ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ନେଇ ଛାତ୍ରଛାତ୍ରୀଙ୍କ ଦାବି

ଆଜିକୁ ୭ବର୍ଷ ହେବ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକଙ୍କ ପଦବୀ ପାଇଁ ନିଯୁକ୍ତି ବାହାରି ନଥିଲା । ଏଥିଲାଗି ସମସ୍ତ ଛାତ୍ରଛାତ୍ରୀ ନିଜର ପଢ଼ା ସମାପ୍ତ କରି ଘରେ ବେକାର ହୋଇ ବସି ରହିଛନ୍ତି । ରାଜ୍ୟ ସରକାର ସମସ୍ତ କ୍ଷେତ୍ରରେ ନିଯୁକ୍ତି ବାହାର କରୁଥିଲେ ମଧ୍ୟ ସଂସ୍କୃତ. ହିନ୍ଦୀ ଓ କ୍ରିଡା ଶିକ୍ଷକଙ୍କ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି । ଫଳରେ ଛାତ୍ରଛାତ୍ରୀମାନେ ଓଏସଏସଟିଇଟି ପାସ କରି ୧୨୫ଦିନ ଧାରଣା ସହ ୧୭ଦିନ ଆମରଣ ଅନଶନରେ ବସି ରାଜ୍ୟ ସରକାରଙ୍କୁ ଗୁହାରି କରିଥିଲେ । ରାଜ୍ୟ ସରକାର ମଧ୍ୟ ୪୪୪୫ ହିନ୍ଦୀ, କ୍ରୀଡା ଓ ସଂସ୍କୃତ ଶିକ୍ଷକଙ୍କ ପାଇଁ ଅର୍ଥ ମଞ୍ଜୁର କଲେ । ତାସହ ଆସନ୍ତା ୪ମାସ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବାକୁ ଗଣମାଧ୍ୟମରେ ଜଣାଇଥିଲେ । କିନ୍ତୁ ଏହି ପ୍ରତିଶ୍ରୁତିକୁ ୭ମାସ ବିତିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରିନାହିଁ । ୨୦୧୪ରୁ ୨୦୨୧ପର୍ଯ୍ୟନ୍ତ ନିଯୁକ୍ତି ବାହାରିନଥିବାବେଳେ ୨୦୧୬ ରୁ ୨୦୧୯ମସିହା ପର୍ଯ୍ୟନ୍ତ ୧୦ହଜାର ପିଲା ଓଏସଏସଟିଇଟି ପାସକରି ବେକାର ବସିଛନ୍ତି । ୪୪୪୫ ହିନ୍ଦୀ, କ୍ରୀଡା ଓ ସଂସ୍କୃତ ଶିକ୍ଷକଙ୍କ ପାଇଁ ୨୦୧୯ରେ ପଦବୀ ବାହାରି ଥିଲା କିନ୍ତୁ ଦୀର୍ଘ ୨ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ କିଛି ବ୍ୟବସ୍ଥା ରାଜ୍ୟ ସରକାର କରିନାହାନ୍ତି । ଆଜି ଛାତ୍ରଛାତ୍ରୀମାନେ ଲୋଏର ପିଏମଜି ନିକଟରେ ଛାତ୍ରଛାତ୍ରୀମାନେ ଉଚ୍ଚବିଦ୍ୟାଳୟରେ ଦୀର୍ଘ ୭ବର୍ଷରୁ ଖାଲି ପଡ଼ିଥିବା ହିନ୍ଦୀ, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ୨୦ତାରିଖ ସୁଦ୍ଧା ବିଜ୍ଞାପନ ପ୍ରକାଶିତ କରାଯାଉ, ସଂରକ୍ଷିତ ଜନିତ ସିଟ ଖାଲି ରହିଲେ ତାହା ସବର୍ଣ୍ଣମାନଙ୍କ ଦ୍ୱାରା ପୂରଣ କରାଯାଉ, ଅନ୍ୟ ପ୍ରୋତିଯୋଗୀତା ପରୀକ୍ଷାରେ ପ୍ରଶ୍ନପତ୍ର ଭଳି ଓଡ଼ିଆ, ଇଂରାଜୀ ଓ ହିନ୍ଦୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ, ପରୀକ୍ଷାର ମୂଲ୍ୟାୟନ ୨ଭାଗରେ ବିଭକ୍ତ କରାନଯାଇ ସମ୍ପୂର୍ଣ୍ଣ ମାର୍କକୁ ନେଇ ପାସ ମାର୍କ ନିର୍ଦ୍ଦାରଣ କରାଯାଉ, କେବଳ ପାଠ୍ୟଖସଡା ପ୍ରଶ୍ନ ହିଁ ପରୀକ୍ଷାରେ କରାଯିବାକୁ ଛାତ୍ରଛାତ୍ରୀମାନେ ବିକ୍ଷୋଭରେ ନାରାବାଜି ଦେଇଛନ୍ତି । ସଂଘର ସଭାପତି ଓ ସଂପାଦକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦି ରାଜ୍ୟ ସରକାର ହିନ୍ଦୀ, କ୍ରୀଡା ଓ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ବାହାର ନକରନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆମରଣ କରିବେ ବୋଲି ଛାତ୍ରଛାତ୍ରୀମାନେ ନାରାବାଜି ଦେଇଛନ୍ତି ।

Spread the love