ସଠିକ୍‌ ଭାବେ ହୋଇନି ପାଠପଢା, ପରୀକ୍ଷା ବାତିଲ ଦାବିରେ ରାସ୍ତାରୋକ

ଭଦ୍ରକ ୦୩।୦୨: ଅନଲାଇନ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀ । ଅନଲାଇନ କ୍ଲାସରେ ଉପଯୁକ୍ତ ଭାବେ ଶିକ୍ଷାଦାନ ହୋଇନଥିବାରୁ ଓ କୋଭିଡ଼ ସ୍ଥିତିକୁ ଦେଖି ଅଫଲାଇନ ପରୀକ୍ଷା ପାଇଁ ଦାବି କରୁଛନ୍ତି । ଭଦ୍ରକ ସହର ବନ୍ତ ଛକ ନିକଟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ରାସ୍ତାରୋକ କରିଛନ୍ତି । ଅଫଲାଇନ ପରୀକ୍ଷାକୁ ବାତିଲ ପାଇଁ ଦାବି କରିଛନ୍ତି । କୋଭିଡ଼ ସ୍ଥିତିକୁ ଦେଖି ସରକାର ଓ ଶିକ୍ଷାବିଭାଗ ତରଫରୁ ପରୀକ୍ଷାକୁ ଅନଲାଇନ କରାଯିବାକୁ ନିଷ୍ପତ୍ତି ନିଆଯାଉ ବୋଲି କହିଛନ୍ତି । ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

Spread the love