ଯାଜପୁର ଷ୍ଟାଡିୟମରେ ବସି ହକି ଖେଳ ଦେଖିଲେ ବିଧାୟକ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦ୍ଵିତୀୟ ଥର ପାଇଁ ହକି ପୁରୁଷ ବିଶ୍ୱକପର ଆୟୋଜନ କରାଯାଇଛି। ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପ୍ରୋତ୍ସାହନରେ ବିଧାୟକଙ୍କ ପୋଷ୍ୟ ବିଦ୍ୟାଳୟ ଜେନାପୁର ହାଇସ୍କୁଲ ଓ କଲଣସ୍ଥିତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ କଳିଙ୍ଗ ଷ୍ଟାଡିୟମରେ ହକି ଖେଳ ଦେଖିବାର ସୁଯୋଗ ପାଇଛନ୍ତି।

ବିଧାୟକ ଏହି ଦୁଇ ବିଦ୍ୟାଳୟକୁ ପୋଷ୍ୟ ଭାବେ ନେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରୀଡାକୁ ଗୁରୁତ୍ୱ ଦେବା ସହିତ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନେଇ ସୁପର ଫର୍ଟି ଗ୍ରୁପ ଗଠନ କରିଛନ୍ତି। ଏହି ଦୁଇ ବିଦ୍ୟାଳୟର ୮୦ଜଣ ମେଧାବୀ ଛାତ୍ରଛାତ୍ରୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଯାଇ ହକି ଖେଳ ଦେଖି ବହୁତ ଖୁସି ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ସହ ନିଜେ ବିଧାୟକ ଷ୍ଟାଡିୟମ ଗ୍ୟାଲେରୀରେ ବସି ଖେଳ ଦେଖିଛନ୍ତି। ଛାତ୍ରଛାତ୍ରୀମାନେ ଷ୍ଟାଡିୟମରେ ଖେଳକୁ ଉପଭୋଗ କରିବା ସହିତ ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି।

Spread the love