ଫୁଲୁଛି ସୁବର୍ଣ୍ଣରେଖା : ବାଲିଆପାଳର ୫ ପଞ୍ଚାୟତରେ ପଶିଲା ବନ୍ୟାଜଳ

ଜଳେଶ୍ୱର, ୧୭।୦୯ : ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଦେଖା ଦେଇଛି । ଜଳେଶ୍ୱର ରାଜଘାଟ ଠାରେ ଜଳସ୍ତରର ବିପଦସଂକେତ ୧୦.୩୬ ମିଟର ରହିଥିଲା ବେଳେ ଶୁକ୍ରବାର ସକାଳ ୭ଟା ସୁଦ୍ଧା ଜଳସ୍ତର ୧୦.୪୧ ମିଟର ଉପରେ ପ୍ରବାହିତ ହେଉଛି ।

ସେହିପରି ଚାଣ୍ଡିନି ବ୍ୟାରେଜରେ ବର୍ଷା ଜଳ ଛଡା ଯାଇଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଥିବା ବେଳେ ଏବେ ବନ୍ୟା ପାଣି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ବନ୍ୟା ଜଳ ବାଳିଆପାଳ ବ୍ଲକର ୫ଟି ପଞ୍ଚାୟତର ବିଷ୍ଣୁପୁର, ଅସ୍ତି, ମଧୁପୁରା,.ବାଲିଆପାଳ, ଯାମକୁଣ୍ଡା ଆଦି ୫ଟି ପଞ୍ଚାୟତର ସୂର୍ଯ୍ୟାପୁର .ଚଡବସ୍ତ କାଳରୁଇ ଚୌଧୁରୀ କୁଦଚଢ଼ .ପଞ୍ଚରୁଖୀ.ଗୁଣପୁର ଆଦି ଗାଁରେ ପ୍ରବେଶ କରିଛି । ପ୍ରଶାସନ ମଧ୍ୟ ପରିସ୍ଥିତି ରପରେ ତୀକ୍ଷ୍ନ ନଜର ରଖିଛି ।

Spread the love