ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହିଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ

ଭୁବନେଶ୍ୱର, ତା.୨୫/୦୭: ଦେବଗଡର ବିଜେପି ବିଧାୟକ ସୁବାଶ ପାଣିଗ୍ରାହିଙ୍କ ଲୋକପ୍ରିୟତାରେ ବିଜେଡି ଅସହିଷ୍ଣୁ ହୋଇପଡିଛି ସେଥିପାଇଁ ସେମାନେ ବିଧାୟକଙ୍କ ବିରୋଧରେ ମନଗଢା କାହାଣୀ ଗପୁଛନ୍ତି । ଆଗରୁ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହିତ ନବ ଦାସଙ୍କ ହତ୍ୟା ପଛରେ ଜଣେ ଉପକୂଳ ଓଡିଶାର ବିଜେଡି ନେତାଙ୍କ ହାତ ଥିବା କଥା ଦେବଗଡ ବିଧାୟକ ଉଠାଇଥିଲେ ଯେଉଁଥିରେ ବିଜୁ ଜନତା ଦଳର ଏକ ଗୋଷ୍ଠୀ ଯାହା ସବୁବେଳେ ଜଣେ ସଚିବଙ୍କର ଚାଟୁକାରି କରନ୍ତି ସେମାନେ ଡରି ଯାଇଥିଲେ । ସେବେଠାରୁ ବିଜୁ ଜନତା ଦଳର ସେହି ସଚିବଙ୍କ ଚାଟୁକାରୀ କରୁଥିବା ଗୋଷ୍ଠୀ ବିଭିନ୍ନ ସମୟରେ ଦେବଗଡର ବିଜେପି ବିଧାୟକ ସୁବାଶ ପାଣିଗ୍ରାହିଙ୍କ ବିରୋଧରେ କୁସ୍ତ୍ରାରଟନା କରୁଛି । ଆଗରୁ ବିଧାନସଭା ଭିତରେ ବାରମ୍ବାର ଚାଷୀଙ୍କ ସ୍ୱାର୍ଥ୍ୟ କଥା ଉଠାଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହି । ଆଗକୁ ଆସୁଛି ମୌସୁମି ଅଧିବେସନ । ସେତେବେଳେ ମଧ୍ୟ ସୁବାସଙ୍କୁ ସାମ୍ନା କରିପାରିବନି ଭାବୁଛନ୍ତି ବିଜୁ ଜନତା ଦଳରେ ସକ୍ରିୟ ଥିବା ସେହି ସଚିବଙ୍କ ଚାଟୁାକରୀ ଗୋଷ୍ଠୀ । ସେଥିପାଇଁ ଏବେ ବିଧାନସଭା ପୂର୍ବରୁ ସେମାନେ ଉଦ୍ଦେଶ୍ୟ ରଖି ସୁବାଶ ପାଣିଗ୍ରାହିଙ୍କ ବିରୋଧରେ କୁସ୍ତ୍ରାରଟନା କରୁଛନ୍ତି ଯାହା ଅତ୍ୟନ୍ତ ନିନ୍ଦନିୟ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଧିରେନ୍ ସେନାପତି କହିଛନ୍ତି । ଶ୍ରୀ ସେନାପତି କହିଛନ୍ତ ଯେ, ରାଜ୍ୟରେ ବିଜୁ ଜନତା ଦଳର ନିଜର ସରକାର ଅଛି । ସେମାନେ ଚାହିଁଲେ କୌଣସି ଦୁର୍ନୀତିର ତଦନ୍ତ କରାଇପାରିବେ । ତାହା ନକରି ସେମାନ ସାମ୍ବାଦିକ ସମ୍ମିଳନି କରି କହିବା କେବଳ ଡ୍ରାମା କରିବା ସହିତ ସମାନ । ଯେଉଁ ମହାବିଦ୍ୟାଳୟର ଦୁର୍ନୀତି କଥା ବିଜୁ ଜନତା ଦଳ ଉଠାଇଛି ସେହି ମହାବିଦ୍ୟାଳୟ କର୍ତୁପକ୍ଷ୍ୟ କହିସାରିଲେଣି ଯେ ସେଭଳି କିଛି ଦୁର୍ନୀତି ହୋଇନାହିଁ ।

Spread the love