ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀରସୁରେନ୍ଦ୍ର ସାଏ ଙ୍କ ର ଜୟନ୍ତୀ ପାଳିଲା ବିଜେଡି

ଭୁବନେଶ୍ବର : ଆଜି ପୂର୍ବାହ୍ନ ନଅ ଘଟିକା ସମୟ ରେ ରାଜଧାନୀ ରେ ଅବସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ଦ୍ଵାରା ଉଭୟ ବରପୁତ୍ର ଙ୍କ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସର ରେ ନେତାଜୀ ଙ୍କ ର ଅଦ୍ଭୁତ ଦେଶଭକ୍ତି ଓ ସାହସିକ ପଦକ୍ଷେପ ଓ ଅନ୍ୟପକ୍ଷରେ ବୀର ସୁରେନ୍ଦ୍ର ସାଏ ଙ୍କ ର ଦେଶ ନିମନ୍ତେ ପ୍ରାଣବଳି ଆଜି ପ୍ରତ୍ୟେକ ଭାରତୀୟ ଙ୍କ ନିମନ୍ତେ ଦୃଷ୍ଟାନ୍ତ ହୋଇ ରହିଯିବ ବୋଲି ସାମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ ପରେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,ସାମୁଖ୍ୟ ର ସଦସ୍ୟ ଡ ଜୀବନ ଦିକ୍ଷୀତ,ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ସାମୁଖ୍ୟ ର ଭୁବନେଶ୍ବର ସଂଯୋଜକ ସତ୍ୟ ବ୍ରତ ଜେନା,କରନ ଦୂର୍ଗା,କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ,ଜୟନ୍ତୀ ପଣ୍ଡା ,ଲକ୍ଷ୍ମୀଧର ବେହେରା,ପ୍ରମୁଖ ।ଏକ ସଂକୀର୍ତ୍ତନ ମଣ୍ଡଳୀ ରାମଧୁନ ଗାନ କରି କରି ପ୍ରତିମୂର୍ତ୍ତି ପରିକ୍ରମା କରିଥିଲେ।

Spread the love