ସୁଭଦ୍ରା’ ଶୁଭାରମ୍ଭ କଲେ ମୋଦି, ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ୱର : ଜନତା ମୈଦାନରେ ‘ସୁଭଦ୍ରା’ ଶୁଭାରମ୍ଭ କଲେ ମୋଦି । ମହିଳାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ଟଙ୍କା ।  ଆଜି ନିଜ ଜନ୍ମଦିନରେ ଓଡ଼ିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ରାଜଧାନୀର ଜନତା ମୈଦାନରେ କରାଯାଇଥିଲା ଭବ୍ୟ ଆୟୋଜନ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ରଘୁବର ଦାସ, ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ସିଧା ଗାଡ଼କଣ ଗାଁକୁ ଯାଇଥିଲେ ।  ସେଠାରେ ଗାଡକଣ ଗାଁରେ ପିଏମ୍ ଆବାସ ହିତାଧୀକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।  ଏହାସହ ଗୋଠପାଟଣା ସ୍ପୋର୍ଟସ ଭ୍ୟାଲିର ବି ଶିଳାନ୍ୟାସ କରିଥିଲେ ମୋଦି ।  ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି ।

Spread the love