ସୁବ୍ରତ ବାଗଚୀଙ୍କ ମାଲକାନଗିରି ଗସ୍ତ

 

ସେଠାରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରି ଦୁର୍ଘଟଣା ଚିକିତ୍ସା ବିଭାଗ ଓ ଅନ୍ୟ ବିଭାଗ ପରିଦର୍ଶନ କରି ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ କରି ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ବାଗଚୀ। ପୂର୍ବ ଅପେକ୍ଷା ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି। ତେଣୁ ଆଗାମୀ ଦିନରେ ମଧ୍ୟ ଛାତଛାତ୍ରୀମାନେ ମନ ନିବେଶ କରି ପାଠପଢ଼ି ଜିଲ୍ଲାର ଟେକ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଓଡ଼ିଶା ମିଲେଟ ମିଶନର ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ୧୨ ପ୍ରକାରର ଜଳଖିଆ ଖାଇଥିଲେ।
ଦକ୍ଷତା ବିକାଶ ଓ କୃଷି ଏହି ୨ଟି ବିଭାଗର ସମନ୍ୱୟରେ କାର୍ଯ୍ୟ ଆରମ୍ଭ ପାଇଁ ପ୍ରୟାସ କରିବୁ ବୋଲି ଶ୍ରୀ ବାଗଚୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଧିରେ ଧିରେ କମୁଛି। ବର୍ତ୍ତମାନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜୀବନ ଯାତ୍ରାକୁ ସ୍ୱାଭାବିକ ଆଡ଼କୁ ଆଣିବାକୁ ମନ ଦେବାକୁ ପଡ଼ିବ। ଦକ୍ଷତା ବିକାଶ ଓ କୃଷିକୁ ଏକାଠି କରି ମାଲକାନଗିରି ଜିଲ୍ଲାରୁ କାର୍ଯ୍ୟ ଆରମ୍ଭ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡାରେ ସ୍ଥାନୀୟ ଚାଷୀଙ୍କ ଶସ୍ୟଗୁଡ଼ିକୁ ଏକାଠି କରି ଜାତୀୟ ସ୍ତରରେ ଏକ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରିପାରିବା, ସେଥିପାଇଁ ଚେଷ୍ଟା ଚାଲିଛି। ଏଥିପାଇଁ ଜିଲ୍ଲାପାଳ ଏକ ଖସଡ଼ା ପ୍ରସ୍ତୁତ କରିଛନ୍ତି। ତାକୁ ଆମେ ଅନୁଧ୍ୟାନ କରିଛୁ।
ଖସଡ଼ା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା କରି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିସହ ଜାତୀୟ ସ୍ତରରୁ କିଛି ବିଶେଷଜ୍ଞ ଦଳ ଆଣି ତାଙ୍କ ପରାମର୍ଶ କ୍ରମେ ଖସଡ଼ା ପ୍ରସ୍ତୁତ ହେବ। ଓଡ଼ିଶାର ଆଇଟିଆଇ ଏବଂ ପଲିଟେକନିକଗୁଡ଼ିକ ଜାତୀୟ ସ୍ତରରେ ନାମ କଲେଣି। ଆଇଟିଆଇ ଓ ପଲିଟେକନିକ କୃଷି କ୍ଷେତ୍ରରେ ମଧ୍ୟ କାମ କରନ୍ତୁ। ମାଲକାନଗିରି ଓ ଚିତ୍ରକୋଣ୍ଡା ଏହି କ୍ଷେତ୍ରରେ ଭଲ କାମ କରି ଦେଶରେ ନାମ କରିବେ ବୋଲି ଆଶା କରୁଛୁ ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବାଗଚୀ ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ଡ. ସୌରଭ ଗର୍ଗ, ବୈଷୟିକ ଶିକ୍ଷାର ନିର୍ଦ୍ଦେଶକ ରେଘୁ ଜି, ଜିଲ୍ଲାପାଳ ଡ. ୱାଇ ବିଜୟଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

 

Spread the love