ସଫଳତାର ୫ଟି ଉପାୟ

କଠିନ ପରିଶ୍ରମ ଦ୍ବାରା ସଫଳତା ପ୍ରାପ୍ତି ହୁଏ କିନ୍ତୁ ଅନେକ ସମୟରେ କଠିନ ପରିଶ୍ରମ ସତ୍ତ୍ବେ ମଧ୍ୟ ସଫଳତା ମିଳିନଥାଏ। ଏଣୁ ଏହି ୫ଟି ଉପାୟ ଆପଣଙ୍କ ପାଇଁ ସଫଳତା ଆଣିଦେବ। ସେହିସବୁ ଉପାୟଗୁଡ଼ିକ ହେଉଛି –

୧. ଘରର ଦକ୍ଷିଣ ଦିଗରେ ପ୍ରତିଦିନ ସନ୍ଧ୍ୟାରେ ଲାଲ୍‌ ରଙ୍ଗର ଆଲୋକ ପ୍ରଦାନ କରୁଥିବା ଇଲେକ୍ଟ୍ରି ବଲ୍‌ବ ଲଗାନ୍ତୁ। ଏହି ବଲ୍‌ବ ଯଦି କାଠର ଟେବୁଲ୍‌ ଲ୍ୟାମ୍ପ ସହିତ ଥାଏ, ତାହେଲେ ଉତ୍ତମ। ସମ୍ମାନ ଓ ପ୍ରସିଦ୍ଧି ପାଇବା ପାଇଁ ଏହି ଉପାୟ କରାଯାଏ।

୨. ବ୍ୟାପାରରେ ଲାଭ ହେବା ପାଇଁ ଅଫିସ୍‌ ଟେବୁଲ୍‌ର ଦକ୍ଷିଣ ଭାଗରେ ଏକ କ୍ରିଷ୍ଟାଲ୍‌ ବଲ୍‌ବ ରଖନ୍ତୁ।

୩. ଅଫିସ୍‌ ଟେବୁଲ୍‌ ଉପରେ ଏମିତି ଏକ ଡ୍ରାଗନ୍‌ ମୂର୍ତ୍ତି ରଖନ୍ତୁ, ଯାହାର ଅଣ୍ଟା ଉପରେ ଗୋଟିଏ କଇଁଚ ବସିଥିବ। ଏଭଳି ମୂର୍ତ୍ତି ରଖିବା ଦ୍ବାରା ଅଫିସ୍‌ରେ ଅନ୍ୟମାନଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବା ସହିତ ବିରୋଧୀଙ୍କ ଉପରେ ବିଜୟପ୍ରାପ୍ତ ହୋଇଥାଏ।

୪. ଘର କିମ୍ବା ଅଫିସ୍‌ର ଦକ୍ଷିଣ ଦିଗରେ ଜଳସ୍ରୋତ କିମ୍ବା ଜଳ ସମ୍ବନ୍ଧୀୟ କୌଣସି ଫଟୋ ରଖନ୍ତୁ ନାହିଁ। ଏହା ଖ୍ୟାତି ଅର୍ଜନ କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ।

୫. ଘର କିମ୍ବା ଅଫିସ୍‌ର ଦକ୍ଷିଣ ଦିଗରେ ୯ଟି କାଠି ଥିବା କାଠ ନିର୍ମିତ ୱଣ୍ଡ୍‌ ଚାଇମ୍‌ ରଖନ୍ତୁ।

Spread the love