ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି

ଭୁବନେଶ୍ବର ୭।୧୨: ଅଦିନିଆ ବର୍ଷା ଜନିତ ଫସଲ ହାନି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାରାଣ୍ଡି । ସେ କହିଛନ୍ତି, ବର୍ଷା ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ସଚେତନ କରାଇଥିଲେ । ପାଚିଲା ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହା ସତ୍ତ୍ବେ କେତେକ ସ୍ଥାନରେ ଚାଷ କ୍ଷୟକ୍ଷତି ହୋଇଛି । ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଛି । ରିପୋର୍ଟ ଆସିବା ପରେ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।

Spread the love