ଶାହରୁଖଙ୍କୁ ନେଇ କେବିସିରେ ପଚରାଯାଇଥିବା ସହଜ ପ୍ରଶ୍ନର ଭୁଲ ଉତ୍ତର ଦେଲେ ସୁହାନା

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ ଓ ଗୌରୀ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌କିଡ୍‌ସମାନଙ୍କ ମଧ୍ୟରୁ ଅନ୍ୟତମ। ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋଇଥିବା ‘ଦ ଆର୍କିଜ୍’ ଜରିଆରେ ନିଜର ଅଭିନୟ‌ ଡେବ୍ୟୁ କରିଥିଲେ ସୁହାନା। ଫିଲ୍ମଟି ରିଲିଜ୍ ହୋଇସାରିଥିବା ବେଳେ ସୁହାନାଙ୍କ ଅଭିନୟ ଦର୍ଶକଙ୍କ ମନ କିଣିପାରିନାହିଁ। ଏମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଶାହରୁଖଙ୍କୁ ନେଇ ପଚରାଯାଇଥିବା ସହଜ ପ୍ରଶ୍ନର ଭୁଲ ଉତ୍ତର ଦେଉଛନ୍ତି।ସୂଚନା ମୁତାବକ, ‘ଦ ଆର୍କିଜ୍’ର ପ୍ରଚାର ପାଇଁ ଫିଲ୍ମର ପୂରା କାଷ୍ଟ କୌନ୍ ବନେଗା କରୋଡପତିରେ ପହଞ୍ଚିଥିଲେ। ହଟ୍ ସିଟରେ ସୁହାନା, ନିର୍ଦ୍ଦେଶିକା ଜୋୟା ଅଖତର ଓ ଅଭିନେତା ବେଦାଙ୍ଗ ରାଇନା ବସି ପ୍ରଶ୍ନର ଉତ୍ତର ଦେଉଥିଲେ। ୩ଜଣ ମିଶି ୯ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ବେଳେ ଶାହରୁଖଙ୍କୁ ନେଇ ପଚରାଯାଇଥିବା ସହଜ ପ୍ରଶ୍ନର ଭୁଲ ଉତ୍ତର ‌ଦେଇଥିଲେ ଝିଅ ସୁହାନା।କେବିସିର ଉପସ୍ଥାପକ ବିଗ୍ ବି ଅମିତାଭ ବଚ୍ଚନ ପ୍ରଶ୍ନ କରିଥିଲେ ଯେ, ଶାହରୁଖଙ୍କୁ କେଉଁ ଆୱାର୍ଡ ମିଳିନାହିଁ। ବିକଳ୍ପରେ ଥିଲା ପଦ୍ମଶ୍ରୀ, ଲିଜିୟନ ଅଫ୍ ଅନର, ଲେଟୋଏଲ ଡିଓର ଏବଂ ଭୋଲପି କପ୍। ଉତ୍ତରରେ ସୁହାନା ପଦ୍ମଶ୍ରୀ ବୋଲି କହିଥିଲେ, ଯାହା ଭୁଲ ଥିଲା। ସଠିକ୍ ଉତ୍ତର ଥିଲା ଭୋଲପି କପ୍। ୨୦୦୫ରେ ଶାହରୁଖଙ୍କୁ ପଦ୍ମଶ୍ରୀ ମିଳିଥିଲା ବୋଲି ବିଗ୍ ବି ସୁହାନାଙ୍କୁ ଜଣାଇଥିଲେ।

Spread the love