ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୨୮/୧୧: ପ୍ରଥମେ ପରୀର ବାପା ମା ଓ ଗତକାଲି ଚାଷୀ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଆଜି ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ ହୋଇଛି। ବିଧାନସଭା ପଛପଟ ଇଡକଲ ରାସ୍ତାରେ ଆତ୍ମାହୁତି ଉଦ୍ୟମ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ମାଓ ପୁଅ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ହେଲେ ସୁଲୋଚନା ଦାସ ଓ ପୁଅ ସୁବ୍ରତ ଦାସ । ହତ୍ୟାର ଶିକାର ପୁଅ ପାଇଁ ନ୍ୟାୟ ନମିଳିବାରୁ ଏଭଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୁଅ ହତ୍ୟାରେ ନ୍ୟାୟ ନପାଇ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ ଆତ୍ମାହୁତି ଉଦ୍ୟମ କରୁଥିବା ଉଭୟଙ୍କୁ ସୁରକ୍ଷା କର୍ମୀ ଉଦ୍ଧାର କରିଛନ୍ତି ।

Spread the love