ସୁଜି-ଆଳୁ ପକୋଡା

  • ଏକ କପ୍ ସୁଜି
  • ଅଧା କପ୍ ଦହି
  • ଏକ ଛୋଟ ଚାମଚ ଜୁଆଣୀ
  • ଏକ କପ୍ ପିଆଜ (ଛୋଟ କଟା ହୋଇଥିବା)
  • ଏକ ଛୋଟ ଚାମଚ କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ଏକ ଛୋଟ ଚାମଚ ଅଦା
  • ଏକ ଛୋଟ ଚାମଚ୍ ରସୁଣ
  • ଏକ ବଡ ଚାମଚ୍ ଚାଟ ମସଲା
  • ଏକ ଛୋଟ ଚାମଚ ଗୋଲମରୀଚ ପାଉଡର
  • ଲୁଣ ସ୍ୱାଦାନୁସାରେ
  • ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସୁଜି ଆଳୁର ପକୋଡା ବନାଇବା ପାଇର୍ ପ୍ରଥମେ ଏକ ପାତ୍ରରେ ସୁଜି ଏବଂ ଦହିକୁ ମିଶାଇ ୩୦ ମିନିଟ୍ ପର‌୍ୟ୍ୟନ୍ତ ରଖିଦିଅନ୍ତୁ।
  2. ଅଧଘଣ୍ଟା ପରେ ଆଳୁ, ଜୁଆଣୀ, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଚାଟ ମସଲା, ଗୋଲ ମରୀଚ ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
    ମିଡିୟମ ଆଞ୍ଚରେ ଏକ ପ୍ୟାନରେ ତେଲ ଗରମ କରି ରଖିଦିଅନ୍ତୁ।
  3. ତେଲ ଗରମ ହେବା ପରେ ଚାମଚରେ ଗୋଟେ ଗୋଟେ କରି ପକୋଡକୁ ତେଲରେ ପକାଇ ଛାଣି ଦିଅନ୍ତୁ।
  4. ସମସ୍ତ ପକୋଡାକୁ ଦୁଇ ପାର୍ଶ୍ୱରେ ସୁନେଲୀ ରଙ୍ଗ ହେବା ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହାକୁ ଏକ ପ୍ଲେଟରେ ବାହାର କରି ରଖିନିଅନ୍ତୁ।
  5. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସୁଜି ଏବଂ ଆଳୁ ପକୋଡା। ଏହାକୁ ଆପଣ ଟମାଟୋ ସସ୍ କିମ୍ବା ଚଟଣୀ ସହିତ ଖାଇପାରିବେ।

Spread the love