ସୁଜି ଚକୁଳି

ଆବଶ୍ୟକ ସାମଗ୍ରୀ:  ସୁଜି, ଆଳୁ, ପିଆଜ, ରିଫାଇନ୍‌ ତେଲ (ଆବଶ୍ୟକ ଅନୁସାରେ), ଲୁଣ (ସ୍ୱାଦାନୁସାର)
ପ୍ରସ୍ତୁତି ପ୍ରଣାଳୀ  : ପ୍ରଥମେ ଆଳୁକୁ ଭଳ ଭାବେ ଧୋଇ କାଟି ଦିଅନ୍ତୁ। ପିଆଜକୁ ମଧ୍ୟ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। କଟା ଆଳୁ ଓ କଟା ପିଆଜକୁ ଭଲ କରି ମିଶାଇ ଦେଇ ଏଥିରେ ସୁଜି ଆଉ ପାଣି ଦେଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ଗରମ କରନ୍ତୁ। ପ୍ୟାନ୍‌ ଗରମ ହୋଇଗଲା ପରେ ସେଥିରେ ରିଫାଇନ୍‌ ତେଲ ଭଲ କରି ଲଗାଇ ଦିଅନ୍ତୁ। ପ୍ୟାନରେ ତେଲ ଗରମ ହେଲା ପରେ ଗୋଳା ହୋଇ ରହିଥିବା ସୁଜିକୁ ପକାଇ ହାତରେ ଚାପନ୍ତୁ ଏବଂ ଚାରି ପାଖରେ ତେଲ ପକାଇ ଦିଅନ୍ତୁ। ଅଳ୍ପ ଆଞ୍ଚରେ ଏହାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଗରମା ଗରମ ‘ସୁଜି ଚକୁଳି’ ପରଷନ୍ତୁ।

Spread the love