ଚନ୍ଦ୍ରଭାଗାରେ ସୂର୍ଯ୍ୟଦର୍ଶନ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ, ମାନିଲେନି ୧୪୪ ଧାରା

କୋଣାର୍କ, ୦୧/୦୧: ଆଜି ନୂତନ ବର୍ଷ, ନୂତନ ବର୍ଷର ପ୍ରଥମ ସୂର୍ଯ୍ୟଦୟ  ଦେଖିବାକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା l ଶୀତୁଆ ସକାଳ ୬ ଟା ୩୭ ମିନିଟରେ ସୂର୍ଯ୍ୟମହାପ୍ରଭୁଙ୍କ ସୁନେଲି କିରଣ ଚନ୍ଦ୍ରଭାଗା ସମୁଦ୍ର ବେଳାମାର୍ଗରେ ବିଛେଇ ହୋଇ ପଡିବା ପରେ ଏକ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା l ଦୀପ ଧୂପ ଓ ହରିବୋଲ ହୁଳହୁଳିରେ କମ୍ପି ଉଠିଥିଲା ଚନ୍ଦ୍ରଭଗା ବେଳାମାର୍ଗ l ୧୪୪ ଧାରା ଲାଗିଥିଲେ ମଧ୍ୟ ସୂର୍ଯ୍ୟ ଭକ୍ତଙ୍କ ବେଳା ମାର୍ଗରେ ଭିଡ ଦେଖିବାକୁ ମିଳିଥିଲା l

 ଏପଟେ କୋଭିଡ କଟକଣା ଯୋଗୁଁ ସୂର୍ଯ୍ୟ ମନ୍ଦିରରେ ତାଲା ପକାଇଛି ପ୍ରଶାସନ l ଭାରତ ତଥା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପରି ଭାଇରସ ଏହି ନୂତନ ବର୍ଷରେ ବିଦାୟ ନେଉ ବୋଲି ପର୍ଯ୍ୟଟକ ସୂର୍ଯ୍ୟ ଦେବତାଙ୍କ ପାଖରେ ଆଳତି କରିଥିଲେ l ସମସ୍ତଙ୍କ ଶରୀର ସୁସ୍ଥ ରହିବା ସହିତ ୨୦୨୨ ନୂତନ ବର୍ଷରେ ଭାରତରେ ଏକ ସୁସ୍ଥ ପରିବେଷ ସୃଷ୍ଟି ହେଉ ବୋଲି ଭଗବାନଙ୍କ ନିକଟରେ ପାର୍ଥନା କରିଥିଲେ ପର୍ଯ୍ୟଟକ l

Spread the love