ଶୁଖୁଆ ତରକାରୀ

ଆବଶ୍ୟକ ସାମଗ୍ରୀ

  • ଶୁଖୁଆ
  • ସୋରିଷ ଓ ରସୁଣ
  • ଟମାଟୋ
  • ଲାଲ ଲଙ୍କା ଗୁଣ୍ଡ (ଆବଶ୍ୟକ ଅନୁସାରେ)
  • ହଳଦି ଗୁଣ୍ଡ (ଆବଶ୍ୟକ ଅନୁସାରେ)
  • ଲୁଣ (ସ୍ୱାଦାନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଶୁଖୁଆକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଶୁଖୁଆ ପକାଇ ଭଲଭାବେ ଭାଜି ଦିଅନ୍ତୁ। ଏହାପରେ ସେହି କଡେଇରେ ଆଉ ଅଳ୍ପ ଦେଇ ବାଟି ରଖିଥିବା ସୋରିଷ ରସୁଣ ପେଷ୍ଟକୁ ପକାଇ ଦିଅନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଦିଅନ୍ତୁ। ଏହାପରେ ଏହିସବୁ ମିଶ୍ରଣକୁ ଭଲଭାବେ ଗୋଳାଇ ଦିଅନ୍ତୁ। ଏଥିରେ ସ୍ୱାଦଅନୁସାରେ ଲୁଣ, ହଳଦି ଏବଂ ଲାଲ ଲଙ୍କା ଗୁଣ୍ଡ ପକାନ୍ତୁ। ଏଥିରେ ଗୋଟେ ଟମାଟୋକୁ କାଟି ପକାନ୍ତୁ। ଭଲଭାବେ ଗୋଳାଇ ଏହାକୁ ଘୋଡାଇ ଦିଅନ୍ତୁ। ଏହା ଫୁଟି ଆସିଲା ପରେ ଦେଖିବେ ଏହାର ପାଣି ସୁଖିଆସିଥିଲେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।

Spread the love