ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ

ମାଲକାନଗିରି ୧୩।୦୩ : ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ଏନ୍‌କାଉଣ୍ଟର । ମାଓବାଦୀଙ୍କ ଗୁଳିରେ ୨ଜଣ ଡିଆର୍‌ଜି ଯବାନ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ସୁକୁମା ଜିଲ୍ଲା କେର୍ଲାପାଲ ଥାନା ଅନ୍ତର୍ଗତ ଚିଚୋରଗୁଡା ଜଙ୍ଗଲରେ ଜବାନ ମାନେ କୁମ୍ବିଂ  ଅପରେସନ କରୁଥିଲେ । ଠିକ ଏହି ସମୟରେ ମାଓବାଦୀ ମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । କିଛି ସମୟ ଧରି ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିଚାଳନା ଚାଲିଥିଲା । ତେବେମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇ ଜବାନଙ୍କୁ ସୁକୁମା ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

Spread the love