ସମ୍‌ ଅଲ୍ଟିମେଟ୍‌ରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ, ସଚେତନତା ସୃଷ୍ଟି ନେଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨/୧୨: ଅଙ୍ଗଦାନର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ନେଇ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍‌ର ଉପସ୍ଥିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଯୋଗ ଦେଇ ଅଙ୍ଗଦାନର ଇତିହାସ ଏବଂ ଏହା ସହିତ ଜଡିତ ଥିବା ପରମ୍ପରାଗତ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ନିଃସ୍ୱାର୍ଥପର ଭାବେ ଅଙ୍ଗଦାନ କରି ଜୀବନ ବଂଚାଇବା ପ୍ରୟାସ ମାଧ୍ୟମରେ ସମାଜକୁ ଉନ୍ନତି ପଥରେ ଆଗେଇ ନେବା ।

ଏହି ଆଲୋଚନାରେ ସମ୍‌ର ଚିଫ୍‌ ଅଫ୍‌ ମେଡିକାଲ୍‌ ସର୍ଭିସେସ୍‌ ବ୍ରିଗେଡିୟର୍‌ (ଡାକ୍ତର) ବିରାଜ ମୋହନ ମିଶ୍ର, କ୍ରିଟିକାଲ୍‌ କେୟାର ବିଭାଗୀୟ ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ନେଫ୍ରୋଲୋଜିର ଭିଜିଟିଂ କନ୍‌ସଲ୍‌ଟାଣ୍ଟ ଡାକ୍ତର ବିଶ୍ୱରଞ୍ଜନ ମହାନ୍ତି, ୟୁରୋଲୋଜିର କନ୍‌ସଲ୍‌ଟାଣ୍ଟ ଡାକ୍ତର ବିଶ୍ୱଜିତ ନନ୍ଦ ଓ ଡାକ୍ତର ପ୍ରିୟବ୍ରତ ଦାଶ, କ୍ରିଟିକାଲ୍‌ କେୟାରର କନ୍‌ସଲ୍‌ଟାଣ୍ଟ ଡାକ୍ତର ଆନନ୍ଦ ମିଶ୍ର, ନେଫ୍ରୋଲୋଜିର କନ୍‌ସଲ୍‌ଟାଣ୍ଟ ଡାକ୍ତର ତାପସ ବେହେରା, ଜେନେରାଲ୍‌ ମେଡିସିନ୍‌ର କନ୍‌ସଲ୍‌ଟାଣ୍ଟ ଡାକ୍ତର ପି.କେ.ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love