ସମ୍‌ ଅଲ୍ଟିମେଟ୍‌କୁ ବେଷ୍ଟ କର୍ପୋରେଟ୍‌ ହସ୍ପିଟାଲ ଆଓ୍ୱାର୍ଡ

ଭୁବନେଶ୍ୱର ୨୬।୦୬ : ସମ୍‌ ଅଲ୍ଟିମେଟ ହସ୍ପିଟାଲକୁ ବେଷ୍ଟ କର୍ପୋରେଟ ହସ୍ପିଟାଲ ଆୱାର୍ଡ ମିଳିଛି । ବିଜ୍‌ନେସ କ୍ଲବ ଅଫ୍‌ ଏଣ୍ଟରପ୍ରିନିୟର୍ସ (ବିସିଇ) ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶନିବାର ଅନୁଷ୍ଠିତ ବିସିଇ ରେଡ୍‌ କାର୍ପେଟ (ଦି ବିଜ୍‌ନେସ ଲଞ୍ଚପ୍ୟାଡ୍‌) କାର୍ଯ୍ୟକ୍ରମ ଅବସରରେ ସମ୍‌ ଅଲ୍ଟିମେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଡ.ଶ୍ୱେତପଦ୍ମା ଦାସ ଏବଂ ଟିମ୍‌ ଉପସ୍ଥିତ ରହି ଏହି ଆୱାର୍ଡ ଗ୍ରହଣ କରିଥିଲେ ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍‌ ଅଲ୍ଟିମେଟ୍‌ ଉଲ୍ଲେଖନୀୟ ଯୋଗଦାନ ଜାରି ରଖିିଛି । ଲୋକଙ୍କୁ ଜୀବନରେ ପରିବର୍ତ୍ତନ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ କାମ କରୁଛି । କୋଭିଡ୍‌ ସମୟରେ ସମ୍‌ ହସ୍ପିଟାଲ ମହାମାରୀ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଆୱାର୍ଡ ସମ୍‌ ଅଲ୍ଟିମେଟକୁ ମିଳିଥିବାରୁ ଆମ ମନୋବଳ ବଢ଼ାଇବାରେ ସହାୟକ ହେବ । ଆମ୍‌ ଟିମ୍‌ୱାର୍କ ଯୋଗୁ ଏଭଳି ଆୱାର୍ଡ ମିଳିଛି । ହସ୍ପିଟାଲ ଆଗାମୀ ଦିନରେ ମଧ୍ୟ ଏହାର ନିରନ୍ତର ଯୋଗଦାନ ରଖିବ ବୋଲି ସିଇଓ ଡ. ଦାସ କହିଛନ୍ତି ।

ସେହିଭଳି ସମ୍‌ ଗ୍ରୁପ ଅଫ୍‌ ହସ୍ପିଟାଲ୍ସର ମାନସିକ ରୋଗ ବିଶେଷଜ୍ଞ ଡା. ଶୁଭେନ୍ଦୁ ନାରାୟଣ ମିଶ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ସମ୍‌ ଅଲ୍ଟିମେଟର ଚିଫ୍‌ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ବିରାଜ ମୋହନ ମିଶ୍ର, ଲୋକସମ୍ପର୍କ ଅଧିକାରୀ ଶ୍ୱେତାଦୀପା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love