ଗୋଟିଏ ପରେ ଗୋଟିଏ ସଫଳତା ପାଇ ଆଗେଇ ଚାଲିଛି ରାଜ୍ୟର ଅଗ୍ରଣୀ ହସ୍ପିଟାଲ ସମ । ଏହି ଘରୋଇ ହସ୍ପିଟାଲକୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ କୋଭିଡ-୧୯ ନମୁନା ପରୀକ୍ଷା ହେବ । ପୂର୍ବରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ୍ ଅଫ ଲାଇଫସାଇନସେସ୍କୁ କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଅନୁମତି ମିଳିଥିଲା ।