ସମ ହସ୍ପିଟାଲ ଭଲ ରୋଗୀସେବା କରୁଛି : ସୁର ରାଉତରାୟ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି।ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ  କରୋନା  ମୁକାବିଲା ରେ ପ୍ରମୁଖ ଭୂମି‌କା ନେଇଛି। ଭୁବନେଶ୍ୱର ୫୨୫ ଶର୍ଯ୍ୟା, କେନ୍ଦ୍ରପଡ଼ା ୧୭୦ ଶର୍ଯ୍ୟା, ତାଳଚେର ୧୫୦ ଶର୍ଯ୍ୟାର ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ନିର୍ମାଣ କରି କରୋନା ରୋଗୀଙ୍କୁ ଚିକିତ୍ସା କରିବାରେ ପ୍ରମୁଖ ଭୂମିକା ନେଇଛି । କେବଳ ସେତିକି ନୁହେଁ, କୋଭିଡ଼ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡ଼ିକାଲ  ଭାବେ ମନୋନୀତି ହୋଇଛି।

ସମ ହସ୍ପିଟାଲରେ କୋଭିଡ଼ ୧୯ ଭ୍ୟାକସିନ ପରୀକ୍ଷଣ କରାଯାଇଛି । ପରିକ୍ଷଣ ନିମନ୍ତେ ମନୋନିତ ଦେଶର ୧୩ ଟି ମେଡ଼ିକାଲ ଅନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ ମନୋନୀତ ହୋଇ ପରିକ୍ଷଣ ଆରମ୍ଭ କରିଛି । ଏହାସହ ଲୋକଙ୍କୁ କରୋନା ସମୟରେ କିପରି ସଚେତନ ରହିବାକୁ ହେବ ତାହା ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ବିଭିନ୍ନ ଜରିଆରେ ସଚେତନ କରୁଛନ୍ତି । ତେବେ ନିକଟରେ ରାଜ୍ୟ ସରକାର କୋଭିଡ଼ ପାଇଁ ୧୯ ହଜାର କୋଟି ଖର୍ଚ୍ଚ କରିଥିବା ହିସାବ ଦେବାପରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏନେଇ ପ୍ରଶ୍ନ ଉଠାଇଥିଲେ । ଏହାସହ ସମ ଓ କିଟ ପରି ଘରୋଇ ହସ୍ପପିଟାଲ ବେଡ଼ ଗୋଟିକ ପାଇଁ ଅଧିକ ଅର୍ଥ ନେଉଥିବା ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ କରିବାର ୨୪ ଘଣ୍ଟା ଭିତରେ ଏନେଇ ଅନୁସନ୍ଧାନ କରିବା ପରେ ନିଜେ ବିଧାୟକ ସୁର ରାଉ୍‌ତରାୟ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସମ ହସ୍ପିଟାଲ ଭଲ ରୋଗୀ ସେବା କରୁଛି । ମୋ ଅଂଚଳର ରୋଗୀମାନେ ମଧ୍ୟ ଉପକୃତ ହେଉଛନ୍ତି। ମୁଁ ବାଉଳରେ ଏପରି କହିଦେଇଥିଲି । ତେଣୁ ଦୁଃଖ ପ୍ରକାଶ କରୁଛି । ଭୂଲ ତଥ୍ୟ ଦେଇ ବିଧାୟକ ଦୁଃଖ ପ୍ରକାଶ କରିବା ତାଙ୍କର ମହାନପଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love