କରୋନା ଯୁଦ୍ଧରେ ସର୍ବାଗ୍ରେ ସୋଆ…

ଭୁବନେଶ୍ବର, ୧୨/୦୫: ମହାମାରୀ କେରୋନା ଯୁଦ୍ଧରେ ରାଜ୍ୟରେ ସର୍ବାଗ୍ରେ ରହିଛି ସୋଆ । ଏବାହର ତିନୋଟି ହସ୍ପିଟାଲ ଲୋକଙ୍କ ସେବାରେ ଅନବରତ ରହିଛି । ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର କୋଭିଡ୍‌-୧୯ହସ୍ପିଟାଲ ସମେତ ସୋଆର ଅନ୍ୟଦୁଇଟି ସ୍ଥାନୀୟ ହସ୍ପିଟାଲ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ କରିଛି ।

୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳ ଅନ୍ୟ ଦୁଇଟି ହସ୍ପିଟାଲ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏନ୍‌ଆଇଆପଆଫ୍ ରାଙ୍କିଙ୍କରେ ୨୧ ତମ ସ୍ଥାନ ହାସଲ କରିଥିବା ଟିଚିଂ ହସ୍ପିଟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ ସୋଆର ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ । ଏଠାରେ ଅଳ୍ପ ଖର୍ଚ୍ଚରେ ସମସ୍ତ ରୋଗୀଙ୍କ ଚିକିତ୍ସା କରାଯାଏ ।

ସେହିପରି ନିକଟରେ ଉଦଘାଟିତ ହୋଇଥିବା ସମ ଅଲ୍ଟିମେଟ ମେଡିକେୟାର ହେଉଛି ଏକ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ। ସୋଆର ତିନୋଟି ହସ୍ପିଟାଲ ରାଜଧାନୀର ଭିନ୍ନଭିନ୍ନ ସ୍ଥାନରେ ଥାଇ ଜମସାଧାରଣଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ପ୍ରାଦନ କରୁଛି। ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ୍ ହସ୍ପିଟାଲର ୫୦୦ ଶଯ୍ୟା ରହିଥିବାବେଳେ ୨୫ଟି ଆଇସିୟୁ ରହିଛି । ସେହିପରି ସୋଆ ପକ୍ଷରୁ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ -୧୯ ହସ୍ପିଟାଲ ଆରମ୍ଭ ହୋଇଛି ।

Spread the love