ପୁଣି ଇତିହାସ ରଚିବ ସମ୍ ହସ୍ପିଟାଲ : ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି  ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ଭୁବନେଶ୍ୱର, ୨୮/୧୧: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି )ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜି ର ଲିଭର ପ୍ରତ୍ୟାରୋପଣ ନିର୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ।

ଏହି ଅବସରରେ ଏଆଇଜି ର ଉପ ସଭାପତି  ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚଇତନ୍ୟ ଉପସ୍ଥିତ ଥିବାବେଳେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ଅନ୍ୟ ଡାକ୍ତର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗତ ମାର୍ଚ୍ଚମାସରେ ଓଡିଶାରେ ପ୍ରଥମଥର ନିମନ୍ତେ ଆଇଏମଏସ ଓ ସମ ହସ୍ପିଟାଲରେ ସଫଳତାର ସହ ପ୍ରଥମ ଲିଭର ପ୍ରତ୍ୟାରୋପଣ ସମ୍ପନ୍ନ ହୋଇଥିଲା।

Spread the love