ସମ ଅଲ୍ଟିମେଟ୍‌ ମେଡିକେୟାରର ଉଦ୍‌ଘାଟନ କଲେ ଅମିତ ଶାହ

ଭୁବନେଶ୍ୱରରେ ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ‘ସମ୍ମମ୍‌’ । ଏହାର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । 

ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ର ସିଇଓ ଡ. ଶ୍ୱେତପଦ୍ମା ଦାସ ହସ୍ପିଟାଲ୍‌ ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି | ସମ୍ ଅଲ୍ଟିମେଟ୍ ମେଡ଼ିକେୟାରରେ ରୋଗୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଦିଆଯିବ ବୋଲି ସେ କହିଛନ୍ତି । ଏହାସହ ରୋଗୀଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ଏହି ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ବ୍ୟବସ୍ଥା, ଜ୍ଞାନ କୌଶଳ ଉପରେ ପର୍ଯ୍ୟବେଶିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି ସୋଆ ପକ୍ଷରୁ କୁହାଯାଇଛି | କାର୍ଯ୍ୟକ୍ରମ ଶେଷରେ ସମ୍ମାନିତ ଅତିଥିମାନଙ୍କୁ ସୋଆ ସଭାପତି ସମ୍ବର୍ଦ୍ଧିତ କରିଛନ୍ତି | ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଶାହ ଆଜି ଶେଷ ଦିନରେ ଏହି ଅଲ୍‌ଟିମେଟ୍‌ ମେଡିକେୟାରର ଉଦ୍‌ଘାଟନ କରିଛନ୍ତି ।

 

Spread the love