ସମ ଅଲ୍ଲ୍ଟିମେଟ ମେଡିକେୟାରରେ ପ୍ରଥମ ଥର ପାଇଁ ସିଆଲୋ ଏଣ୍ଡୋସ୍କୋପିକ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ପ୍ରଥମ ଥର ପାଇଁ ସମ ଅଲ୍ଟିମେଟ ମେଡିକେୟାରରେ ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ଚିକିତ୍ସା ଆରମ୍ଭ କରାଯାଇଛି। ଏହା ଏକ ଅଭିନଵ ଓ ଅତ୍ୟାଧୁନିକ ପଦ୍ଧତି ଯାହା ସାହାଯ୍ୟରେ ମଣିଷର ଲାଳ ଗ୍ରନ୍ଥିରେ ଉପୁଜୁଥିବା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ସୁକ୍ଷ୍ମ ଏଣ୍ଡୋସ୍କୋପି ମାଧ୍ୟମରେ ପରୀକ୍ଷା, ଚିକିତ୍ସା ଓ ଅସ୍ତ୍ରୋପଚାର କରାଯାଇପାରୁଛି । ନିକଟରେ ଭୁବନେଶ୍ୱରର ଏକ ଯୁବକଙ୍କ ଲାଳ ଗ୍ରନ୍ଥି (ସବମାଣ୍ଡୁଲାର ଗ୍ଲାଣ୍ଡ ଡକ୍ଟ) ରେ ପଥର ସୃଷ୍ଟି ହୋଇଥିବା ବେଳେ ଏହି ସିଆଲୋଏଣ୍ଡୋସ୍କୋପିକ ପଦ୍ଧତି ରେ ତାହା ବାହାର କରିବାରେ ସଫଳ ହୋଇଛନ୍ତି ସମ ଅଲ୍ଲ୍ଟିମେଟ ମେଡିକେୟାରର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ | ପଥର ବାହାରିବା ପରେ ସୁସ୍ଥ ହୋଇଛନ୍ତି ଯୁବକ ଜଣକ |

ପୂର୍ବରୁ ସିଆଲାଡେନୀଟିସ କୁହା ଯାଉଥିବା ଏହି ସମସ୍ୟା ଦେଖାଦେଲେ ବେକ କିଛି ଅଂଶକୁ କାଟି ସମ୍ପୂର୍ଣ ସାଲାଇଭାରି ଗ୍ଲାଣ୍ଡ କୁ ବାହାର କରାଯାଉଥିଲା | ଯାହାଦ୍ୱାରା ବେକରେ ଏକ ବଡ ଦାଗ ମଧ୍ୟ ରହିଯାଉଥିଲା ବୋଲି ଡାକ୍ତର ସାହୁ କହିଛନ୍ତି |

ସିଆଲାଡେନିଟିସ, ସିଆଲୋଲିଥିଆସୀସ ଏବଂ ଅନ୍ୟାନ୍ୟ ଜଟିଳ ଲାଳ ଗ୍ରନ୍ଥୀ ଜନିତ ରୋଗର ପରୀକ୍ଷା, ଚିକିତ୍ସା ଓ ଅପରେସନ ଏବଂ ଅପରେସନ ପରବର୍ତୀ ପ୍ରକ୍ରିୟା ନିମନ୍ତେ ସିଆଲୋଏଣ୍ଡୋସ୍କୋପି ଏକ ଅତ୍ୟାଧୁନିକ ପ୍ରକ୍ରିୟା । 1.3 ମିଲିମିଟର ଆକାରର ଏକ ଛୋଟ ଏଣ୍ଡୋସ୍କୋପକୁ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟା ରେ ସାଲାଇଭାରୀ ଗ୍ଲାଣ୍ଡ ଡକ୍ଟ ଭିତରକୁ ଭର୍ତି କରାଯାଇ ପରୀକ୍ଷା ଓ ଚିକିତ୍ସା କରାଯାଇଥାଏ ।ଶରୀରରେ ଜଳୀୟ ଅଂଶ କମିବା ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ହେଲେ ଲାଳ ଗ୍ରନ୍ଥୀରେ ପଥର ସୃଷ୍ଟି ହୋଇଥାଏ |ପ୍ରଚୁର ପରିମାଣରେ ଜଳୀୟ ପଦାର୍ଥ ଗ୍ରହଣ ନ କଲେ ଲାଳ ଜମାଟ ବାନ୍ଧି ଥାଏ ଓ ଠିକ ଭାବେ ଖାଦ୍ୟ ନ ଖାଇଲେ ଲାଳ ସୃଷ୍ଟି ନହୋଇ ସାଲାଇଭାରୀ ଡକ୍ଟରେ ପଥର ସୃଷ୍ଟି ହୁଏ ବୋଲି ଡାକ୍ତର ସାହୁ କହିଛନ୍ତି।

ବେକର ବାମ ପଟର ଉପର ଭାଗ ଫୁଲି ଥିବା ସହ ଖାଇବା ସମୟରେ ଏହା ଫୁଲିଯାଉଥିବା ବେଳେ କିଛି ଘଣ୍ଟା ପରେ ପୁଣି କମିଯାଉଥିବାର ସମସ୍ୟା ନେଇ ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ର ଏହି ୩୦ ବର୍ଷୀୟ ଯୁବକ ଜଣକ ଆସିଥିଲେ। ଚିକିତ୍ସା ସମୟରେ ତାଙ୍କର ସବ ମାଣ୍ଡିବୁଲାର ଡକ୍ଟ ଷ୍ଟୋନ ଚି଼ହ୍ନଟ ହୋଇଥିଲା ଏବଂ ସିଆଲୋଏଣ୍ଡୋସ୍କୋପିକ ପ୍ରକ୍ରିୟାରେ ଶରୀରରେ କୌଣସି ଦାଗ ସୃଷ୍ଟି କରାନଯାଇ ପଥର ବାହାର କରାଯାଇଛି।ଭିଆମେ ଯେଭଳି କିଡ଼ନୀରେ ଷ୍ଟୋନ ସୃଷ୍ଟି ହେଲେ କିଡ଼ନୀ ବାହାର କରି ନଥାଉ ସେହିଭଳି ଲାଳ ଗ୍ରନ୍ଥୀରେ ଷ୍ଟୋନ ହେଲେ ସମ୍ପୂର୍ଣ ଗ୍ରନ୍ଥୀ କୁ ବାହାର କରିବାର ଆବଶ୍ୟକତା ନାହିଁ । ସିଆଲୋଏଣ୍ଡୋସ୍କୋପିକ ପଦ୍ଧତିରେ ଖୁବ ସହଜରେ ପଥର କଢ଼ାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି ।

Spread the love