ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ଉପରକୋର୍ଟକୁ ଗଲେ ତପସ୍ବିନୀ, ନୂଆ ଅଭିଯୋଗ ଆଣିଲେ ସୁମିତଙ୍କ ବାପା

ବ୍ରହ୍ମପୁର ୨୨।୧୨: ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ଏହାରି ଭିତରେ ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ଉପରକୋର୍ଟକୁ ଯାଇଛନ୍ତି ତପସ୍ବିନୀ ଦାସ ।  ସେହିଭଳି ଶ୍ବଶୂରଘର ବାରଣ୍ଡାରେ ତପସ୍ବିନୀଙ୍କ ଧାରଣା ଏବେ ବି ଜାରି ରହିଛି । ଆଉ ଏହି ସମୟରେ  ଡାକ୍ତର ସୁମିତଙ୍କ ଘର ବାରଣ୍ଡାରେ ଲାଗିଥିବା ସିସିଟିଭିକୁ ଢ଼ାଙ୍କି ଦେଇଛନ୍ତି । ଯାହାକୁ ଆଳ କରି ନୂଆ ଅଭିଯୋଗ ଆଣିଛନ୍ତି ସୁମିତଙ୍କ ବାପା ପ୍ରମୋଦ ସାହୁ । ତପସ୍ବିନୀ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ସେପଟେ କିନ୍ତୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ତାଙ୍କର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ତପସ୍ବିନୀ ।

Spread the love