ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ତପସ୍ୱିନୀ

ସୁମିତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପତ୍ନୀ ତପସ୍ୱିନୀ । ନୂଆବର୍ଷରେ ତପସ୍ୱିନୀ ସୁମିତଙ୍କ ମଙ୍ଗଳ କାମନା କରିଛନ୍ତି । କହିଛନ୍ତି, ଯେଉଁଠି ବି ଅଛ ଭଲରେ ରୁହ । ଗ୍ରହଣ କରିନେବାକୁ ନିବେଦନ କରିଛନ୍ତି ପତ୍ନୀ ତପସ୍ୱିନୀ। ଆସନ୍ତା ୪ ତାରିଖରେ ସୁମିତ- ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଚୂଡାନ୍ତ ରାୟ ଶୁଣାଇବେ ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ ।

ଏବେ ଘର ବାରଣ୍ଡାରେ ବସିଛନ୍ତି ତପସ୍ୱିନୀ । ନୂଆ ବର୍ଷରେ ଭଗବାନ ନୂଆ ଆଶା ଦେଖାଇବେ ଓ ୪ ତାରିଖରେ ଭଲ ରାୟ ଆସିବ ବୋଲି ତପସ୍ୱିନୀ କହିଛନ୍ତି । ସେପଟେ ତପସ୍ୱିନୀଙ୍କ ସଂସାର ଯୋଡି ହୋଇଯିବ ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।

Spread the love